କଣାସ ୧୬/୦୯/ : ପୁରୀ ଜିଲ୍ଲା କଣାସ ବ୍ଲକ ସଭାଗୃହ ମଧ୍ୟରେ ଆଜି ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧକ୍ଷା ପ୍ରଭାତୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇଥିଲେ ।ଆଜିର ଏହି ବୈଠକରେ ପୂର୍ବ ବୈଠକର ବିବରଣି ପଠନ ଓ ଦୃଢ଼ିକାରଣ କରାଯାଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ,ସ୍ଥାୟୀ କମିଟି ଗଠନ,ଗ୍ରାମ୍ୟଉନୟନ,ଶିଶୁ ବିକାଶ ,କୃଷି ,ମିଶନ ଶକ୍ତି, ଓ ଉଦ୍ୟାନ ସମ୍ପର୍କରେ ବିଶେଷଭାବେ ବିଭାଗୀୟ ଆଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା ।ପୂର୍ବ ବୈଠକରେ ବିଧାୟକ ଦେଇଥିବା କେତେଗୁଡ଼ିଏ ପ୍ରସ୍ଥାପ କାର୍ଯ୍ୟକାରୀ ହୋଇନଥିବା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ସମିତି ସଭ୍ୟମାନଙ୍କ ପଞ୍ଚାୟତ ସମିତି ସେୟାର ୨ଲକ୍ଷ ଅନୁଦାନକୁ ଅଧ୍ୟକ୍ଷା ମହାଦୟା ମନଇଚ୍ଛା ୨ଲକ୍ଷ ଏକ କରିବାରୁ ସମିତି ସଭ୍ୟ ମାନେ ଅଭିଯୋଗ ଆଣିଥିଲେ ।ଯାହା ଦ୍ଵାରା ସଭା ଗୃହରେ ବିଧାୟକ ଓ ଅଧକ୍ଷା ମଧ୍ୟରେ ଯୁକ୍ତିତର୍କ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୮ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ,୩ ନମ୍ୱର ଜୋନ ଜିଲ୍ଲା ପରିଷଦସଭ୍ୟା ପ୍ରଣତି ଜେନା ଜେନା,୫ ନମ୍ୱର ଜୋନ ଜିଲ୍ଲା ପରିଷଦସଭ୍ୟା ଲତାମଣି ଜଗଦେବ, ୪ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଭୀମସେନ ପାଇକରାୟ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ସାହୁ ,ଏବିଡିଓ ମାଙ୍ଗଳସିଂହ ହେମ୍ରମ, ଆସିଷ୍ଟାଣ୍ଡ ଯନ୍ତ୍ରୀ ଚନ୍ଦ୍ରମଣି ଖଟୋଇ, ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ରଞ୍ଜନ ସାମନ୍ତରାୟ,ସିଡିପିଓ ସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।