Odisha news

ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ : ଜ୍ୟୋତିର୍ମୟୀ ଶ୍ରେଷ୍ଠ

0
ବେତନଟୀ  : ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର -୨୦୨୩ ଷଠିଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି ଆଲୋଚନା ଚକ୍ରରେ ବ୍ଲକ ର ୧୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। “ମିଲ୍ଲେଟ୍  ଏକ ଚମତ୍କାର ଖାଦ୍ୟ କିମ୍ବା ଅଭ୍ୟାସ ଗତ ଖାଦ୍ୟ” ବିଷୟ ବସ୍ତୁ ଉପରେ ଏହି ଆଲୋଚନା ଚକ୍ରରେ ଛାତ୍ର ଛାତ୍ରୀ ମାନେ ମିଲ୍ଲେଟ୍ ର ଆବଶ୍ୟକତା ଓ  ଉପକାରିତା ସଂପର୍କରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରି ଥିଲେ। ଏଥିରେ କୃତିତ୍ୱ ହାସଲ କରିଥିବା ତିନି ଜଣ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ରଘୁନାଥ ଉଚ୍ଚ ବିଦ୍ୟାଳୟ,ରାଇକମା ର ଛାତ୍ରୀ ଜ୍ୟୋତିର୍ମୟୀ ନାଥ ପ୍ରଥମ, ବେତନଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର  ଛାତ୍ରୀ ଦିବ୍ୟାଶା ଭୋଇ ଦ୍ଵିତୀୟ ଓ ଗରୁଡ଼ ବସା ଆଦର୍ଶ ବିଦ୍ୟାଳୟ ର  ଛାତ୍ରୀ ଜ୍ୟୋତି କୁମାରୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଛନ୍ତି। ଶ୍ରେଷ୍ଠ ବିବେଚିତ ଜ୍ୟୋତିର୍ମୟୀ ନାଥ ଆସନ୍ତା ତା ୨୨/୦୯/୨୦୨୩ ଅନୁଷ୍ଠିତ ହେବାକୁଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ବେତନଟୀ ବ୍ଲକ ର ପ୍ରତିନିଧିତ୍ଵ କରିବେ ବୋଲି ଜଣା ଯାଇଛି। ରଘୁନାଥ ଉଚ୍ଚ ବିଦ୍ୟାଳୟ ରାଇକମା ର କୃତୀ ଛାତ୍ରୀ ଜ୍ୟୋତିର୍ମୟୀ ଙ୍କ ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଜେନା, ସମସ୍ତ ଶିକ୍ଷକ,ଅଭିଭାବକ ଓ ବହୁ ଶିକ୍ଷାବିତ୍ ଅଭିନନ୍ଦନ ଜଣାଇଛନ୍ତି।

Leave A Reply