Odisha news

ପାଟଳିପୁରା ହାଇସ୍କୁଲ ଏବଂ କେସି ହାଇସ୍କୁଲରେ ବିଶ୍ଵ ଓଜୋନ ଦିବସ ପାଳିତ 

0
ବେତନଟୀ : ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ପାଟଳୀପୁରା ସ୍ଥିତ କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଲବ ପକ୍ଷରୁ ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାହୁଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଇକୋ କ୍ଲବର ସଂଯୋଜକ ଶିକ୍ଷକ  ଡକ୍ଟର ରମାକାନ୍ତ ମହାନ୍ତଙ୍କ ସଭାପତିତ୍ଵ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଚତୁର୍ଭୁଜ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଭାବରେ ଯୋଗଦାନକରି ଓଜୋନ ଦିବସ ପାଳନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ l ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଙ୍କ ସମେତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ ମିଲେଟ ସେବନର ଉପଯୋଗୀତା ବିଷୟରେ କୁମାରୀ ଭାଗ୍ୟଶ୍ରୀ ନାଏକ ସୂଚନା ପ୍ରଦାନ କରିଥିଲେ  ଏବଂ ଶେଷରେ ଇକୋ ଫ୍ରେଣ୍ଡ ଛାତ୍ରୀ କୁମାରୀ କୁନ୍ତଳାକୁମାରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
ସେହିପରି ହେମପୁର ସ୍ଥିତ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ସମରଜିତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ” ବିଶ୍ୱ ଓଜୋନ ଦିବସ ” ପାଳିତ ହୋଇଯାଇଛି l ପ୍ରଥମେ ବିଜ୍ଞାନ ଶିକ୍ଷୟିତ୍ରୀ ରାଜନନ୍ଦିନୀ ପାତ୍ର ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ପ୍ରଧାନଶିକ୍ଷକ ଙ୍କ ସମେତ ବରିଷ୍ଠ ଶିକ୍ଷକ ତୁଷାର କାନ୍ତ ପାତ୍ର  ଚଳିତ ବର୍ଷର ଓଜୋନ ଦିବସ ପୃଷ୍ଠଭୂମି “ମଣ୍ଟ୍ରିଲ ରାଜିନାମା ଆଧାର ରେ ଓଜୋନ ସ୍ତର ଓ ବିଶ୍ୱ ଜଳବାୟୁ ସନ୍ତୁଳନ ” ସନ୍ଦର୍ଭ ରେ ବକ୍ତବ୍ୟ ରଖିଥିଲେ l  ଏହି ଦିବସ ଉପଲକ୍ଷେ ଆୟୋଜିତ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ର କୃତ୍ତି ଛାତ୍ରଛାତ୍ରୀ ଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନା ରେ ଜୟଶ୍ରୀ ପାଢ଼ୀ, ପ୍ରଭାତୀ ପ୍ରଧାନ,ଶରତ ବେହେରା, ସବିତା ବାରିକ ଓ ଜଗନ୍ନାଥ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ l

Leave A Reply