କଣାସ, ୧୪/୦୯ : ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ନୂଆଗାଁ ଦୟା ନଦୀ ସେତୁ ନିକଟରେ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ଏକ ଅଖା ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ଖବର ନେବାରେ ଜଣାପଡିଛି ବୁଧବାର ରାତି ୮ଟା ସମୟରେ ନୂଆଗାଁ ଗ୍ରାମର କେତେକ ଲୋକ ଦୟା ନଦୀ କୂଳକୁ ଏକ ଅଖା ଭାସୁଥିବା ଦେଖି ଥିଲେ । ଅଖା ପାଖକୁ ଯିବା ପରେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ଗାଁ ଲୋକଙ୍କୁ ଯୁବକମାନେ ଡାକିବା ସହ ପୋଲିସକୁ ଖବର ଦେଇଥିଲେ ଯୁବତୀଙ୍କୁ କେହି ଦୃବୁତ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି ବୋଲି ସନ୍ଧେୟ କରାଯାଉଛି ।ଗୁରୁବାର ସକାଳୁ ଘଟଣା ସ୍ଥଳରେ ପୁରୀ ଏସ୍ପି ଡଃ କନୁୱାର ବିଶାଲ ସିଂ,ଅତିରିକ୍ତ ଏସ୍ପି ସୁଶିଲ କୁମାର ମିଶ୍ର, ଏସଡିପିଓ ରବି ନାରାୟଣ ଭଞ୍ଜ ଓ ଗଡିଶାଗୋଦା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ପହଞ୍ଚି ତଦନ୍ତ ଆରମ୍ଭ ସହ ମର ଶରୀରକୁ ପୋଷ୍ଟମଟମ୍ କରିବା ପାଇଁ ପୁରୀ ପଠାଇଥିଲେ । ତେବେ କିଏ ଓ କାହିଁକି ଏହିଭଳି ହତ୍ୟାକାଣ୍ଡ କରିଛି ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଲେଖା ହେବ ପୂର୍ବରୁ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ଓ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସଞ୍ଜୟ ନାୟକ କହିଛନ୍ତି ।