Odisha news

କଣାସ : ବଜ୍ରାଘାତରେ ଯୁବକ ମୃତ

0

କଣାସ,୧୭/୦୮/ :ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ପଶିଆପଡ଼ା ଗ୍ରାମର କୃଷ୍ଣ ଚନ୍ଦ୍ର ଭୋଇଙ୍କ ଏକମାତ୍ର ପୁତ୍ର କାମଦେବ ଭୋଇ (୨୯)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି।ଖବର ନେବାରେ ଜଣାପଡିଛି ସକାଳ ପ୍ରାୟ ୧୧ ସମୟରେ ବାପ ଓ ପୁଅ ମିଶି ବଦବାରି ଘାହିରକୁ ଧାନ ଜମିରେ ସାର ପିଡ଼ିଆ ପକାଇବା ଯାଇଥିଲେ ।ହଠାତ୍ ବିଜୁଳି ମାରିବାରୁ ବାପା ସାମ୍ନାରେ  ପୁଅ  ଟଳିପଡ଼ିଥିଲେ ।ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକୁ ନିଆଯାଇଥିଲା । ପରେ ଭୁବନେଶ୍ଵର ଏମଏସ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ମୃତ କାମଦେବ ଗତ ୪ ବର୍ଷ ତଳେ ବିବାହ କରିଥିଲେ ।ତାଙ୍କର କୌଣସି ସନ୍ତାନ ନଥିବା ଜଣାପଡିଛି ।ଏଭଳି ଘଟଣା କୁ ନେଇ ଗ୍ରାମରେ ଶିକାର ଛାୟା ଖେଳିଯାଇଛି ।

Leave A Reply