Odisha news

ପଣ୍ଡିଆନ୍ ଙ୍କୁ ଭେଟିଲେ କଉଡ଼ିଖୁଣି ଗ୍ରାମବାସୀ

0

କଣାସ,୦୧/୦୫/ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ୍ କାଦୁଆ ପଞ୍ଚାୟତ କଉଡ଼ିଖୁଣି ଗ୍ରାମବାସୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ନବୀନ ନିବାସରେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଛ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ ।ଗ୍ରାମବାସୀଙ୍କ ପକ୍ଷରୁ କହିବା କଥା ବିଜେଡି ସରକାର ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ଆମ ଗ୍ରାମରେ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ହୋଇଛି ।ମୁଖ୍ୟତଃ କଉଡିଖଣୀ ଗ୍ରାମରେ ଶତାଧିକ ମତ୍ସ୍ୟଜୀବୀ ବସବାସ କରୁଥିବାରୁ ବନ୍ୟା ବାତ୍ୟା ସମୟରେ ଏକ ବାତ୍ୟା ଆଶ୍ରସ୍ଥଳୀର ଆବଶ୍ୟକତା ରହିଛି ।କାରଣ ଗ୍ରାମ ଠାରୁ କିଛି ଦୂରରେ ବାତ୍ୟା ଆଶ୍ରସ୍ଥଳୀଟି ଥିଲେ ମଧ୍ୟ ଜରୁରୀ ସମୟରେ ସେଠିକୁ ଯିବା ସମ୍ଭବ ହେଉନାହିଁ ।ଏଣୁ ତୁରନ୍ତ  ବାତ୍ୟା ଆଶ୍ରସ୍ଥଳୀଟି ନିର୍ମାଣ କରିବା ପାଇଁ ଗ୍ରାବାସୀଙ୍କ ତରଫରୁ ପ୍ରସ୍ଥାପ ରହିଥିଲା । ଏହି ପ୍ରସ୍ଥାପକୁ ନେଇ ଶ୍ରୀ ପାଣ୍ଡିଆନ୍  ନିର୍ବାଚନ ସରିବାର ଖୁବ୍ କମ୍ ସମୟ ମଧ୍ୟରେ କାର୍ଯ୍ୟ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ସହିତ ଗ୍ରାମବାସୀଙ୍କ ଅଧୁରା ରହିଥିବା ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି କହିଥିଲେ ।ଏଭଳି ସୌଜନ୍ୟ ମୂଳକ ସାକ୍ଷାତ ଓ କାର୍ଯ୍ୟ କରିବା ପ୍ରତିଶ୍ରୁତିକୁ ନେଇ ଗ୍ରାମବାସୀ ଖୁସି ପ୍ରକଟ କରିବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply