Odisha news

କଣାସ: ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତି ପାଳିତ

0

କଣାସ,୧୪/୦୪/  :ପୁରୀ ଜିଲ୍ଲା କଣାସ ବ୍ଲକରେ ବିଭିନ୍ନ ଗ୍ରାମରେ ହନୁମାନ ଜୟନ୍ତୀ ମହାଡମ୍ବରରେ ପାଳିତ ହୋଇଯାଇଛି ।ବ୍ଲକର,ଦିବ୍ୟସିଂହ ପୁର ,ଗୋଲରା,ବଡାସ,ଦୋକନ୍ଦା, କାତପାଡ଼ା, ମଟିଆପଡ଼ା ନିଳାଚଳ ସେବାପ୍ରତିଷ୍ଠାନ ଏବଂ ଏକେଏସଏସ ପରିସରରେ ଥିବା ହନୁମାନ ମନ୍ଦିରରେ  ପୂଜାର୍ଚ୍ଚନା ହୋଇଥିଲା ଏବଂ ହନୁମାନ ଚାଳିସା ଭକ୍ତମାନେ ପଠନ କରିଥିଲେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିଭୋଇଥିଲା ।ମନ୍ଦିରରେ ଶ୍ରଦ୍ଧାଳୁମାନେ ବେଲ ପଣା କଦଳୀ ଓ ଉଖୁଡା ପୂଜା କରିବା ସହ ଆଜିର ଦିନରେ ଶ୍ରୀ ହନୁମାନଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।ଏବଂ ଓଡ଼ିଆ ନବବର୍ଷ ହୋଇଥିବାରୁ ଓଡିଆ ପାଞ୍ଜି ପ୍ରଚଳନ ହୋଇଥାଏ ।ପ୍ରତେକ ଗ୍ରାମର ଭାଗବତ ଘରେ ପାଞ୍ଜି ପଢ଼ାଯାଇଥିବା ବେଳେ  ଲୋକମାନେ ବର୍ଷ ଯାକର ଭଲ ମନ୍ଦ କଣ ରହିଛି ପାଞ୍ଜିରେ ତାକୁ ଶୁଣିଥିଲେ ।ମହା ବିଷୁବ ପଣା ସଂକ୍ରାନ୍ତିରେ ଗ୍ରାମମାନଙ୍କରେ ପ୍ରତେକ ଘରେ ଘରେ ନଡ଼ିଆ,କଦଳୀ ,ବେଲ ପଣା ଘରେ ପ୍ରସ୍ତୁତ କରି ପରିବାର ସହ ପିଇଥିବା ଦେଖିବାକୁ ମିଳିଥିଲା ।ସନ୍ଧ୍ୟାରେ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply