କଣାସ,୦୯/୧୧: ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପୁରୀ ଜିଲ୍ଲା କଣାସ ବ୍ଲକରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ସତ୍ୟାଗ୍ରହର ମୁଖ୍ୟ ଉଦେଶ୍ୟ ହେଲା ଜଗତରନାଥ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିର ଚାରି ଦ୍ୱାରା ଖୋଲା ଯାଉ, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି କରାଯିବା ,ଭଣ୍ଡାର ଘର ମରାମତି କରାଯାଉ , ବେଦାନ୍ତ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରାଯାଉ ଏହି ସବୁ ଦାବି ନେଇ ଗୁରୁବାର ସକାଳ ୯ଘଟିକା ଠାରୁ ୧୨ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ସଦାନନ୍ଦ ପ୍ରଧାନ,ଜିଲ୍ଲା ଉପସଭାପତି ସଂଗ୍ରାମ କେଶରୀ ବଳିଆରସିଂହ,ତ୍ରିନାଥ ଛୋଟରାୟ,ଜିଲ୍ଲା ସହସମ୍ପାଦକ ଦୁଷ୍ମନ୍ତ କୁମାର ସାମନ୍ତରାୟ ,ପ୍ରତାପ ପଟ୍ଟନାୟକ,ଲଲାଟ କେଶରୀ ନିଶଙ୍କ,ପାଣ୍ଡିଆକେରା ସରପଞ୍ଚ ପ୍ରତିନିଧି ତ୍ରିନାଥ ଛୋଟରାୟ,ସୁମନ୍ତ ବଳବନ୍ତରାୟ ଓ ସଞ୍ଜୀବ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।