କଣାସ,୧୧/୧୦/ : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ୍ ବିଜେଡି ପକ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ପଦଯାତ୍ରାରେ ହଜାର ହଜାର ବିଜେଡି କର୍ମୀ ଓ ନେତାଙ୍କୁ ସାମିଲ କରି ନିଜର ଶକ୍ତି ପଦର୍ଶନ କରିଥିଲେ ।ନିର୍ବାଚନ ପୂର୍ବରୁ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏଭଳି ଶକ୍ତି ପଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।ବିଧାୟକ ଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ବଡାସ ବୈଦ୍ୟନାଥ ମେଳଣ ପଡ଼ିଆରୁ ବାହାରି କଣାସ ଦେଇ ଶିରେଇ ଗ୍ରାମରେ ପହଞ୍ଚିଥିଲା ।ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ ଓଡ଼ିଶାର ମହାନ ଜନନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି।ସବୁ ନିର୍ବାଚିତ ଜନ ପ୍ରତିନିଧିମାନେ ଲୋକମାନଙ୍କର ନିକଟତର ହେବା ସହ ସେମାନଙ୍କର ସେବା କରିବା ଏବଂ ସାଧାରଣ ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଦିନର ସ୍ଵଚ୍ଛ ଶାସନରେ ସାଧାରଣ ଜନତାଙ୍କୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି ।କଣାସ ବ୍ଲକରେ ୫-ଟି ସ୍କୁଲ,ବିଭିନ୍ନ ନଦୀ ନାଳ ଖନନ, ଚାଷ ଜମି ପାଇଁ ଉଠା ଜଳ ସେଚନ ପ୍ରକଳ୍ପ,ଯାତାୟତ ପାଇଁ ବିଭିନ୍ନ ନଦୀରେ ସେତୁ,ଗରିବଙ୍କୁ ଆବାସ ଯୋଜନା,ଖାଦ୍ୟ ନିରାପତ୍ତା ଯୋଜନାରେ ରାସନ୍ କାର୍ଡ,ବିଦ୍ୟୁତ୍ ଗ୍ରିଡ୍ ନିର୍ମାଣ,ମହିଳାଙ୍କୁ ମିଶନ ଶକ୍ତି ଜରିଆରେ ସ୍ବାବଲମ୍ବୀ,ମେଗା ପାନୀୟ ଜଳ ପ୍ରକଳ୍ପ, ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଲୋକ ମାନଙ୍କୁ ଦୈନିକ କାମ ,ରାସ୍ତାଘାଟ,ବିଜୁଳି,ସ୍ବାସ୍ଥ୍ୟ ,ଶିକ୍ଷା ,ଚାଷ ଆଦିରେ ଅନେକ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ।ଆଗକୁ ଅନେକ କାର୍ଯ୍ୟର ତୋରାନ୍ଵିତ ପ୍ରକ୍ରିୟା ଜାରି ରହିଛି ।ସତ୍ୟବାଦୀ ଓ କଣାସ ଅଞ୍ଚଳର କିଭଳି ଭାବେ ଅଧିକରୁ ଅଧିକ ବିକାଶ ହେବ ସେ ନେଇ ଚେଷ୍ଟା ଜାରି ରହିଛି ଆଗକୁ ମଧ୍ୟ ଜାରି ରହିବ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ।