କାକଟପୁର 30/4, କାକଟପୁର ମୁଖ୍ୟ ରାସ୍ତା ଚନ୍ଦନ ବଜାର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ସେତୁଟି ଉତ୍ତର ପାର୍ଶ୍ୱ ରେ ଜମୁଥିବା ବର୍ଷା ଜଳ ପ୍ରାଚୀ ନଦୀକୁ ନିଷ୍କାସନ ପାଇଁ ତିଆରି ହୋଇଥିବା ବେଳେ ଏବେ ତାହା ଅସୁରକ୍ଷିତ ହୋଇପଡିଛି l ଅସ୍ତରଙ୍ଗ ଓ କାକଟପୁରରୁ ପ୍ରତିଦିନ ଶହ ଶହ ଗାଡି ମଟର ସାଙ୍ଗକୁ ଭାରିଯାନ ଯିବାଆସିବା କରୁଥିବାବେଳେ ଏବେ ବ୍ରିଜର ଧାର ଫାଟି ଆଁ ମେଲା କରିବା ସହିତ ରାସ୍ତା ଦବି ଯିବା ଫଳରେ ଏକ ବଡ ଧରଣର ଦୁର୍ଘଟଣା ହେବାର ଆଶଙ୍କା ଦେଖା ଦେଇଛି l ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦଣ୍ଡପତି ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମିଟିଙ୍ଗ ରେ ଅଛି ପରେ କଥା ହେବି କହି ଫୋନ କାଟି ଦେଇଥିଲେ l ତୁରନ୍ତ ଏ ଦିଗରେ ପୁରୀଜିଲ୍ଲାପାଳ, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦୃଷ୍ଟି ଦେଇ ସମାଧାନ କରିବାକୁ ଗଣେଷ ବଜାର ବ୍ୟବସାୟୀ ସଂଘ ସଭାପତି କମଳ ଲୋଚନ ଦୀକ୍ଷିତ,ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l