Odisha news

କାକଟପୁର ପୋଲିସ କୁ ଆଉ ଏକ ସଫଳତା  ବ୍ରାଉନସୁଗାର ଜବତ ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ

0
କାକଟପୁର ୩0/୩ :-କାକଟପୁର ପୋଲିସ କୁ ନିଶା ମାଫିଆ ଙ୍କ ବିରୁଦ୍ଧରେ ଜାରିରହିଥିବା କାର୍ଯ୍ୟାନୁଷ୍ଠାନ କୁ ଆଉ ଏକ ସଫଳତା ମିଳିଛି l ନୂତନ ଭାବେ ଯୋଗଦେଇଥିବା ଆଇ ଆଇ ସି ବିଜୟ କେତନ ବେହେରା ଙ୍କ କାର୍ଯ୍ୟ ଦକ୍ଷତା କୁ ସାଧାରଣ ରେ ପ୍ରଶଂସିତ ହେଉଥିବା ଦେଖିବାକୁ ମିଳିଛି l ଶ୍ରୀ ବେହେରା ଙ୍କ ନିର୍ଦ୍ଧେଶ କ୍ରମେ  ଶନିବାର  ସକାଳ ସମୟରେ ଥାନା ର ସବ ଇନିସ୍ପେକ୍ଟର ଅତସୀ ଜେନା, ଏସ ଆଇ ପ୍ରମୋଦ କୁମାର ସେଠୀ  ,କନେଷ୍ଟବଳ  ଅଜିତ କୁମାର ବେହେରା, ବବୃମୋହନ ମହାନ୍ତି, ହୋମଗାର୍ଡ କମାଣ୍ଡର ହୃଦାନନ୍ଦ ମିଶ୍ର ପ୍ରମୁଖ ଅଚାନକ  ଚଢ଼ାଉ କରି ୟୁକୋ ବ୍ୟାଙ୍କ  ନିକଟସ୍ଥ ସାଇ ମେଡିକାଲ ପାଖ କେନାଲ ରୋଡ଼ ରେ  ନିଶାନ କୁମାର ସାହୁ (ମିଲୁ ), ପି. ମିହିର କୁମାର, , କୁ ପୋଲିସ ହେପାଜତ କୁ ନେଇ ପଚରା ଉଚରା ସହିତ ତା ଠାରୁ ୮ ଗ୍ରାମ ଓଜନ ର ବ୍ରାଉନସୁଗାର ଜବତ ସହ ନଗଦ ୧୩00 ଟଙ୍କା ଓ ପୁଡିଆ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି l ଜବତ ବ୍ରାଉନସୁଗାର ର ମୂଲ୍ୟ ଅଶିହଜାର ଟଙ୍କା ରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଏ l ବେଆଇନ ନିଶାକରବାର ଅଭିଯୋଗ ରେ ଅଭିଯୁକ୍ତ ବିରୁଦ୍ଧରେ NDPS ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି l ଥାନା କେଶ ନମ୍ବର (79)  30/3/24 ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l ଏପଟେ ଅନ୍ୟ ଚୋରା ବେପାରୀ ମାନଙ୍କ ମଧ୍ୟରେ ଛନକା ପଶିଛି l ଖୁବ ଶୀଘ୍ର ଅନ୍ୟ ବେପାରୀ ମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l
Leave A Reply