Odisha news

ମା ଓ ପୁଅ ଙ୍କୁ  ଘର ଭିତରେ ପଶି ଜ୍ୱାଇଁର ଛୁରା ମାଡ଼, ରକ୍ତ ଭିଜା ଛୁରୀ ସହ ଜ୍ୱାଇଁ  ଗିରଫ 

0
କାକଟପୁର 16/3 ଘର ଭିତରେ ପଶି ମା ଓ ପୁଅକୁ ଛୁରା ମାଡ଼ କଲା ଜ୍ୱାଇଁ  । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କାକଟପୁର ମେଡିକାଲ ଛକରେ ଭୋର  ସମୟରେ ମନ୍ଦାକିନି ବେହେରା ଙ୍କ ଘର ର ଲାଇନି କାଟି ମନ୍ଦାକିନି ବେହେରା ଓ ପୁଅ ସନ୍ତୋଷ ବେହେରା ଙ୍କୁ ଜ୍ୱାଇଁ ସୁଶୀଲ ବେହେରା (ଅଠାନ୍ତର) ଛୁରା ମାଡ଼ କରି ଫେରାର ହୋଇଯାଇଥିଲା । ରାତିରେ ଜ୍ୱାଇଁ ପହଂଚି ଘରର ଲାଇନି କାଟିବା ସହ ବାହାରେ ଥିବା ଆସବାବ ପତ୍ର ଭାଙ୍ଗିବା ଶବ୍ଦ ଶୁଣି ରାତିରେ ଘରର କବାଟ ଫିଟାଇ ବାହାରକୁ ଶାଶୁ ମନ୍ଦାକିନୀ ବେହେରା ଆସୁଥିବା ବେଳେ ହଠାତ କବାଟ ନିକଟରେ ଲୁଚି ରହିଥିବା ଜ୍ୱାଇଁ ସୁଶୀଲ ଏକ ଧାରୁଆ ଛୁରୀ ସାହାଯ୍ୟ ରେ ଜ୍ୱାଇଁ ସୁଶୀଲ ଶାଶୁ ଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ । ଶାଶୁ ମନ୍ଦାକିନି ଙ୍କ ଦୁଇ ଗାଲ ରେ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ ସହ ବାମ ହାତ ଆଙ୍ଗୁଳି ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଅନ୍ୟ ପଟେ ମା ଙ୍କୁ ଛୁରୀରେ ଆକ୍ରମଣ ହେଉଥିବା ଶବ୍ଦ ଶୁଣିପୁଅ ସନ୍ତୋଷ ବାହାରକୁ ଆସିଥିବା ବେଳେ ସନ୍ତୋଷଙ୍କ ଗଳା କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଜ୍ୱାଇଁ ସୁଶୀଲ ଫେରାର ହୋଇଯାଇଥିଲା  । ଏ ନେଇ କାକଟପୁର ଥାନାରେ ଜ୍ୱାଇଁ ନାମରେ ଶାଶୁ ମନ୍ଦାକିନୀ  ଲିଖିତ ଅଭିଯୋଗ କରିବା ପରେ  ଘଟଣା ସ୍ଥଳକୁ କାକଟପୁର ପୋଲିସ ପ୍ରାଥମିକ ତଦନ୍ତ କରି ଛୁରୀ ଜବତ କରିବା ସହ ଘର ଭିତରେ ରକ୍ତଛିଟା ପଡିଥିବାର ଦେଖିଥିଲା । ମା ଓ ପୁଅ ଙ୍କୁ ମେଡିକାଲ ରେ ଚିକିତ୍ସା କରାଇ ।ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିଲା l ମୋବାଇଲ ଟ୍ରାକ କରି କାକଟପୁର ଥାନା ଏସ ଆଇ ପ୍ରମୋଦ କୁମାର ସେଠୀ, ମନୋରଞ୍ଜନ ପରିଡ଼ା, କନେଷ୍ଟବଳ ଅଜିତ ବେହେରା ସଦଳ ବଳେ ପହଁଚି  ଚାରିଛକ ବଜାର ରୁ ଆସାମୀ ସୁଶୀଲ କୁ କାବୁ କରିଥିଲେ l ଏ ସଂକ୍ରାନ୍ତରେ କେଶ ନଂ 67/2024 ଦଫା 341,294,324,307,506 ରେ ମୋକଦମା ରୁଜୁ କରାଯାଇ ଆସାମୀକୁ କୋର୍ଟ ଚାଲାଣ  କରାଯାଇଛି  l ସୁଶୀଲ ର ପତ୍ନୀ ବାଲିପାଟଣା ଥାନା ରେ ସୁଶୀଲ ନାମରେ ଯୌତୁକ ଜନିତ ଶାରୀରିକ ମାନସିକ ନିର୍ଯାତନା ମାମଲା ଦାୟର କରି କାକଟପୁର ରେ ରହି ଆସୁଥିଲା l
Leave A Reply