କାକଟପୁର 9/3 ପୁରୀ ଜିଲ୍ଲା କାକଟପୁର ବ୍ଲକ ରସୁଲପୁର ଗ୍ରାମର ଅବସର ପ୍ରାପ୍ତ ଯୁଗ୍ମ ସମ୍ପାଦକ ରାଜସ୍ୱ ଓ ଅବକାରୀ ବିଭାଗ ଅଧିକାରୀ ସ୍ୱର୍ଗତ ମହମ୍ମଦ ସଫିଉଲ୍ଲା ଙ୍କ ସୁପୁତ୍ର ମହମ୍ମଦ ସେହେନସା ଓ ପୁତ୍ରବଧୁ ଅଖତରୀ ବେଗମ ଙ୍କ କନ୍ୟା ନୁରୀ ବିନତ୍ ସେହେନସା ପାଇଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରସୁଲପୁର ଆଜି ଗର୍ବିତ l ଅଷ୍ଟମ ଶ୍ରେଣୀ ଛାତ୍ରୀ ନୂରୀ ବିନତ୍ ସେହେନ୍ସା ଚଳିତ ବର୍ଷ ପୁରୀ ସ୍ୱର୍ଗଦ୍ଵାର ସୁଖଲତା ମେମରିଆଲ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ (NMMS) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୃତିତ୍ୱ ହାସଲ କରିବା ସହ ବିଦ୍ୟାଳୟର ନାମକୁ ଆଗକୁ ନେବାରେ ସଫଳତା ଲାଭ କରିଛନ୍ତି । ଛାତ୍ରୀଙ୍କ ମାତା , ପିତା ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସକିଲ୍ଲ ଅହମ୍ମଦ ଏଥିପାଇଁ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି । ପୁରୀ ଜିଲ୍ଲା ସମେତ ନିଜ ଅଞ୍ଚଳ କାକଟପୁର ରସୁଲପୁର ମଧ୍ୟ ଏଥିପାଇଁ ଗର୍ବିତ । ନୂରୀ ବିନତ୍ ସେହେନ୍ସା ଚଳିତ ବର୍ଷ ୨୦୨୪ ପୁରୀ ଜିଲ୍ଲା ପଂଚାୟତ ଉଚ୍ଚ ବିଦ୍ୟାଳୟ ରସୁଲପୁରର ଛାତ୍ରୀ ଅଷ୍ଟମ ଶ୍ରେଣୀ ରେ ଉଦ୍ଦିଷ୍ଟ National Means Cum Merit Scholarship ( NMMS) ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ନୂରୀ ବିନତ୍ ସେହେନ୍ସା ଛାତ୍ରୀ ଜଣଙ୍କ ପିଲାଟି ଦିନରୁ ମେଧାବୀ ଅଟନ୍ତି । ସେ ତୃତୀୟ ଶ୍ରେଣୀ ୨୦୧୯ରେ ଗରୀମା ଆୱାର୍ଡ , ଷଷ୍ଠ ଶ୍ରେଣୀ ୨୦୧୯ରେ ପଠାଣି ସାମନ୍ତ ମେଧାବୃତ୍ତି ମଧ୍ୟ ପାଇଛନ୍ତି । ୨୦୨୪ରେ ଜାତୀୟ ମେଧା ବୃତ୍ତି ପାଇବା ପରେ କାକଟପୁର ଅଞ୍ଚଳରୁ ସ୍ଥାନୀୟ ଶୁଭେଚ୍ଛୁ ବୃନ୍ଦ, ଶିକ୍ଷକ , ପରିବାରବର୍ଗ ତଥା ସହପାଠୀ ସାଙ୍ଗସାଥି ମଧ୍ୟରେ ଖୁସିର ଲହରୀ ସୃଷ୍ଟି ହୋଇଛି । ଶିକ୍ଷକ ଶିକ୍ଷୟତ୍ରୀ, ପିତାମାତାଙ୍କ ସହଯୋଗ ପାଇଁ ଆଜି ସଫଳ ହୋଇଛନ୍ତି ବୋଲି ମତାମତ ଦେଇଛନ୍ତି ମେଧାବୀ ଛାତ୍ରୀ ନୂରୀ ବିନତ୍ ସେହେନ୍ସା । ଭବିଷ୍ୟତରେ (IAS) ହେବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଗଣ ମାଧ୍ୟମ ଅଗରେ ପ୍ରକାଶ କରିଛନ୍ତି l