Odisha news

କଂସେଇ ଖାନାରୁ ଶତାଧିକ ଗାଇଙ୍କୁ ଉଦ୍ଧାର କରିଛି କାକଟପୁର ପୋଲିସ

0
କାକଟପୁର 15/11 କାକଟପୁର ବ୍ଲକ ରସୁଲପୁରରେ ବହୁ ବର୍ଷ ଧରି ଜଙ୍ଗଲ ଭିତରେ  ଚାଲିଥିଲା ବେଆଇନ କଂସେଇ ଖାନା । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି  ବିଳମ୍ବିତ ରାତିରେ ଜଂଗଲ ମଝିରେ ଥିବା ଏ କଂସେଇ ଖାନାରୁ ଶତାଧିକ ଗାଈ ସହ ବାଛୁରୀଙ୍କୁ ଉଦ୍ଧାର କରିଥିଲେ । ଏଠାରେ ବହୁ ଦିନ ଧରି ଗାଈ, ବାଛୁରୀ ମାନଙ୍କୁ ଖାଇବାକୁ ପିଇବାକୁ ନଦିଆଯାଇ ବନ୍ଧା ହୋଇ ରଖାଯାଇଥିଲା ।  ଗାଈ ବାଛୁରୀ ମାନଙ୍କୁ କତଲ କରାଯିବାର ସମସ୍ତ ବ୍ୟବସ୍ଥା ମଧ୍ୟ କରିଦେଇଥିଲେ କଂସେଇମାନେ । କିନ୍ତୁ ଠିକ ସମୟରେ ପୋଲିସ ପହଁଚି ଯିବାରୁ, ଗାଈ କଟାଳି କଂସେଇ ସବୁ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ ।  ଶତାଧିକ ଗାଈଙ୍କ ବେକରୁ ଦୌଡ଼ି କାଟି, ଗାଈ ବାଛୁରୀ ମାନଙ୍କୁ ମୁକ୍ତ କରାଯାଇଥିଲା । କିଛି ସମୟ ପରେ ଖବରପାଇ ଗୋସୁରକ୍ଷା ସେବକ ମାନେ ପହଞ୍ଚିଥିଲେ । ଗାଈ ବାଛୁରୀ ଗୁଡିକୁ ଉଦ୍ଧାର କରାଯାଇ କାକଟପୁର ଥାନା ପରିସରକୁ ଅଣାଯାଇଥିଲା । ଖାଇବାକୁ ଦିଆଯାଇ ଦୁଇଟି ଗାଡି ସାହାଯ୍ୟରେ ରାତିରାତି ଭୁବନେଶ୍ୱରସ୍ଥିତ ଗୋଶାଳାରେ ଛଡାଜିବାର ବ୍ୟବସ୍ଥା କରାଯାଇଥିଲା । କାକଟପୁର ପୋଲିସର ଏପରି  କାର୍ଯ୍ୟ ଓ ସଫଳତା ପାଇଁ କାକଟପୁର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ଅଞ୍ଚଳବାସୀ ।
Leave A Reply