Odisha news

ମହିଳା ମାନଙ୍କ ଦ୍ଵାରା ଦୁର୍ନିତି ନିବାରଣ ଶପଥ

0
କାକଟପୁର,30/10 – ଦୁର୍ନିତି ନିବାରଣ ଓ ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ମିଶନ ଶକ୍ତି ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ମହିଳା ମହାମଞ୍ଚ ପକ୍ଷରୁ ସଭାନେତ୍ରୀ ହେମଲତା ପ୍ରଧାନଙ୍କ ନେତୃତ୍ୱରେ ମହିଳା ମାନଙ୍କ ଦ୍ଵାରା ମିଶନ ଶକ୍ତି ଗୃହରେ ସାମୁହିକ ଶପଥ ଗ୍ରହଣ କରାଯାଇଛି। ରାଜ୍ୟରେ ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଦୁର୍ନିତୀ ନିବାରଣ ନିମନ୍ତେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ସହିତ ଦୁର୍ନିତୀ ବ୍ୟଭିଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଶପଥ ନେଇଥିଲେ।
Leave A Reply