Odisha news

ବରିଷ୍ଠ ସେବାୟତ ତଥା ପୂର୍ବତ୍ତନ ସରପଞ୍ଚଙ୍କ ପରଲୋକ

0
କାକଟପୁର  :  କାକଟପୁରର ପୂର୍ବତ୍ତନ ସରପଞ୍ଚ, ବରିଷ୍ଠ ସେବାୟତ,ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଉନବିଂଶ ଶତାଦ୍ଧିର ପତିପ୍ରତିଶାଳୀ  ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ନରେନ୍ଦ୍ର କୁମାର ଦୀକ୍ଷିତଙ୍କ (୯୫) ବର୍ଷ ବୟସରେ ତାଙ୍କର ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି. ନରେନ୍ଦ୍ର ଦୀକ୍ଷିତ ଏକାଧାରରେ ଜଣେ ରାଜନେତା, ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି, ସେବକ ସମିତିର ବରିଷ୍ଠ ସଭ୍ୟ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଭାବେ ଅଭିସିକ୍ତ ହୋଇ ଉଲେଖନୀୟ ସଫଳତା ହାସଲ କରିଥିଲେ. ତାଙ୍କ ଉଦ୍ୟମରେ କାକଟପୁର ଅଞ୍ଚଳର ବିଭିନ୍ନ ସ୍କୁଲ, କୁହୁଡି ସ୍କୁଲ, ରାଜସୁନାଖଳା ସ୍କୁଲ,କଟକଣା ଗ୍ରାମ ପଞ୍ଚାୟତ ପାଇଁ ଜମି ଓ କଲେଜକୁ ଜମି ଦାନ କରିବା ସହିତ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ.ଆଜି ସକାଳୁ ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ତାଙ୍କ ଶେଷ ଦର୍ଶନ କରିବାକୁ ତାଙ୍କର ଶୁଭେଛୁ, ବନ୍ଧୁପରିଜନ, ରାଜନେତା ତାଙ୍କର ବାସଭବନରେ ପହଞ୍ଚି (ନରୁବାବୁ)ଙ୍କ ଶେଷ ଦର୍ଶନ କରିଥିଲେ. ପରେ ତାଙ୍କୁ ଏକ ପଟୁଆରରେ କାକଟପୁର ବଜାର ଓ କାକଟପୁରର ତାଙ୍କ ନିଜସ୍ୱ ମେଡିକାଲ ବଜାର ପରିକ୍ରମା କରାଯିବା ପରେ ତାଙ୍କ ଶବକୁ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ କରାଯାଇଥିଲା.କନିଷ୍ଠ ପୁତ୍ର ପ୍ରମୋଦ  ମୁଖାଗ୍ନି ଦେଇଥିବାବେଳେ ତାଙ୍କର ନାତି, ତିନି ଜ୍ୱାଇଁ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ.କାକଟପୁର ର ପ୍ରଥମ ସିନେମା ହଲ ଦୀପକ ସିନେମା ହଲ ତାଙ୍କର ମାନସ ସନ୍ତାନ କହିଲେ ଅତ୍ୟୁକ୍ତି ହେବନାହିଁ. ଏକଦଶନ୍ଧି ଧରି ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ପତିଆରା ଆଗରେ ସମସ୍ତେ ଯେପରି ହାର ମାନିଥିଲେ.ତାଙ୍କର ମୃତ୍ୟୁରେ ସାରା କାକଟପୁର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି.
Leave A Reply