Odisha news

ଇଣ୍ଡୋସ ଟାୱାର କମ୍ପାନୀ, ପ୍ରତଶୃତି ଦେଇ ଚାଷିଙ୍କୁ ଠକିଲେ 

0
କାକଟପୁର ,27/8- କାକଟପୁର ଥାନା ଅନ୍ତର୍ଗତ  ଉଦୟପୁର ଗ୍ରାମ ର ପ୍ରଦୀପ ପରିଡା, ଯିଏ ଜଣେ ଚାଷୀ, ସିଏ ହେଇଛନ୍ତି ଏହିଭଳି ଏକ ଠକାମିର ଶିକାର ।  ଇଣ୍ଡୋସ ନାମକ ଏକ ମୋବାଇଲ ଟାୱାର କମ୍ପାନୀ, ୨୦୨୧ ମସିହା ରେ ଇଣ୍ଡୋସ କମ୍ପାନୀ ର କିଛି କର୍ମଚାରୀ ,ବୋଲି ନିଯକୁ ପରିଚୟ ଦେଇ ପ୍ରଥମେ  ଗ୍ରାମ ସର୍ଭେ କରି,ପ୍ରଦୀପ ଙ୍କ ଏକ ସ୍ଥାନ କୁ ଚି଼ହ୍ନଟ ମଧ୍ୟ କରିଥିଲେ । ତାପରେ ପ୍ରଦୀପ ଙ୍କୁ ସମସ୍ତ ସରକାରୀ କାଗଜପତ୍ର ପାଇଁ କହିଥିଲେ ଆଉ ପ୍ରଦୀପ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି କାଗଜପତ୍ର ଏକଜୁଟ କରିଥିଲେ , ଆଉ ଏହି କାର୍ଯ୍ୟ ପାଇଁ ପ୍ରଦୀପ ଙ୍କୁ ହାରାହାରି ଚାରିହଜାର ଟଙ୍କା,ଖର୍ଚ୍ଚ କରିବାକୁ ପଡ଼ିଥିଲା । ତା ପରେ ଉକ୍ତ କମ୍ପାନୀ ର ନିର୍ଦ୍ଦେଶ ଅନୁସାରେ ପ୍ରଦୀପ
ନିଜ  ଜମି ରେ କାର୍ଯ୍ୟ କରି ଟାୱାର ନିର୍ମିତ ପାଇଁ  ଟଙ୍କା ମଧ୍ୟ  ଖର୍ଚ୍ଚ କରିଥିଲେ । ସମସ୍ତ କାର୍ଯ୍ୟ ପ୍ରଦୀପ ସାରିବା ପରେ ଉକ୍ତ କମ୍ପାନୀ ସହିତ ଚୁକ୍ତିପତ୍ର କରିଥିଲେ  । ଆଉ ଉକ୍ତ ଚୁକ୍ତିପତ୍ର କମ୍ପାନୀ କତୃପକ୍ଷ ନେଇଯାଇ ,ଆଉ ଏକ ମାସ ଭିତରେ କାମ ଆରମ୍ଭ ହେବ ବୋଲି କହିଥିଲେ । ତା ସହିତ କିଛି  ଟଙ୍କା କାଗଜପତ୍ର କାମ ପାଇଁ ପ୍ରଦୀପ ଙ୍କ ଠୁ ନେଇଥିଲେ ବୋଲି ପ୍ରଦୀପ କହିଛନ୍ତି  । କିନ୍ତୁ ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରଦୀପ ଙ୍କୁ କମ୍ପାନୀ ଯୋଗାଯୋଗ କରିନାହିଁ, ଦେଢ଼ ବର୍ଷ ପରେ ୨୦୨୩ ଜାନୁଆରୀ ରେ ସେହି କର୍ମଚାରୀ କିନ୍ତୁ ଅନ୍ୟକମ୍ପାନୀ ନାମ ରେ ( ଟାୱାର ଭିଜନ ) ଆସି ନିକଟରେ ଅନ୍ୟ ସ୍ଥାନ ରେ ଟାୱାର ସର୍ଭେ କରୁଥିବା ବେଳେ ବିଶେଷ ସୂତ୍ର ରୁ ଖବର ପାଇ ପ୍ରଦୀପ ଓ କିଛି ଗ୍ରାମବାସୀ ଉକ୍ତ ସ୍ଥାନ ରେ ପହଂଚି କମ୍ପାନୀ କର୍ମଚାରୀ ଙ୍କୁ ବିରୋଧ କରିଥିଲେ । ଆଉ ଉକ୍ତ କମ୍ପାନୀ କାକଟପୁର ଥାନା ରେ ପ୍ରଦୀପ ପରିଡା ଙ୍କ ନାମ ରେ ଏକ ଏତଲା ଦାୟର କରିଥିଲେ । ଥାନା ରେ ସବୁ ଆଲୋଚନା ସରିବା ପରେ ଏକ ନିଷ୍ପତି ନିଆଯାଇଥିଲା ।  ନିଷ୍ପତି କ୍ରମେ ପ୍ରଦୀପ ଙ୍କ ଜମି ରେ ଟାୱାର ବସିବ ବୋଲି  ନିଷ୍ପତି  ହେବାପରେ ପ୍ରଦୀପ ଟଙ୍କା  ଖର୍ଚ୍ଚ କରି ଉକ୍ତ ସ୍ଥାନ କୁ ସଫା କରି ଆଉ ଥରେ ମାଟି ଫିଲିଙ୍ଗ କରିଛନ୍ତି  । କିନ୍ତୁ ଦୁର୍ଭାଗ୍ୟ ର କଥା ଥାନା ରେ ହୋଇଥିବା ନିଷ୍ପତି କ୍ରମେ କମ୍ପାନୀ ଦେଇଥିବା ସମୟ ଅବଧି ସରିଯାଇଛି କିନ୍ତୁ ପ୍ରଦୀପ ଙ୍କ ର କୌଣସି କାର୍ଯ୍ୟ ଆରମ୍ଭ ହୋଇନି କି ପ୍ରଦୀପ ଙ୍କୁ କମ୍ପାନୀ ନିଷ୍ପତି କ୍ରମେ ସାକ୍ଷତ ମଧ୍ୟ କରିନି । ଏ ବାବଦରେ ଗ୍ରାମବାସୀ ଙ୍କ ଭିତରେ ଏକ କ୍ଷୋଭ ପ୍ରକାଶ ପାଇଛି, ପ୍ରଦୀପ ଙ୍କୁ କ୍ଷତି ପୂରଣ ଦେଉ ନଚେତ ଟାୱାର ପ୍ରଦୀପ ଙ୍କ ଜମି ରେ ବସୁ ।  ଏହି ଦାବୀ ଗ୍ରାମବାସୀ ଓ ପ୍ରଦୀପ ଙ୍କ ପରିବାର ଲୋକ ଆଣିଛନ୍ତି ।  ଯଦି ପ୍ରଦୀପ ଙ୍କ ଅଭିଯୋଗ କୁ ଭିତ୍ତି କରି ଉକ୍ତ କମ୍ପାନୀ କୌଣସି କାର୍ଯ୍ୟ ନ କରେ ତାହେଲେ ଉକ୍ତ କମ୍ପାନୀ ବିରୁଦ୍ଧରେ ଶତାଧିକ ଗ୍ରାମବାସୀ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଏକ ଅଭିଯୋଗ କରିବେ ବୋଲି ଦାବୀ କରିଛନ୍ତି ।
Leave A Reply