କାକଟପୁର 6/8 ହୀରାକୁଦ ପାଣି ଛାଡିଲା ପରେ ଦେବୀ ନଦୀ ଦେଇ ବନ୍ୟା ପାଣି ସମୁଦ୍ରକୁ ଯିବ କିନ୍ତୁ ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିଥିବାରୁ ଦେବୀ, ଧନୁଆ ନଦୀରେ ପ୍ରଖର ସୁଅ ସାଙ୍ଗକୁ ଧୀରେ ଧୀରେ ଜଳସ୍ଥର ବିପଦ ସଂକେତ ପାଖା ପାଖୀ ଛୁଇଁଛି, ନଦୀ କୁଳିଆ ଲୋକ ମାନଙ୍କ ପାଖରେ ବିଭିନ୍ନ ରାଜନୈତିକ ଦଳର ନେତା ପହଂଚି ନ ଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଧାୟକ ପ୍ରାଥୀ ବିଶ୍ୱ ଭୂଷଣ ଦାସ ଯାଇ ଲୋକଙ୍କ ପାଖରେ ପହଂଚି ଲୋକ ମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ବନ୍ଧ ପରିଦର୍ଶନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବ୍ଲକ ସଭାପତି ଅବଧୂତ ସ୍ୱାଇଁ, ପଞ୍ଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, କଂଗ୍ରେସ ନେତା ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ନାୟକ, ଯଶୋବନ୍ତ ନାରାୟଣ ମହାନ୍ତି,ପ୍ରମୁଖ ବୁଲି ଦେଖିବା ସହିତ ନଦୀ ତଟବର୍ତ୍ତୀ ଜନସାଧାରଣ କୌଣସି ବିବ୍ରତ ନ ହୋଇ ଉଡ଼ା କଥାକୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଥିଲେ ନଦୀ ବନ୍ଦ ର ସୃଦୁଢ଼ୀ କରଣ ପାଇଁ କଂଗ୍ରେସ ଦଳର ଏକ ଟିମ ଆଜି ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି l