କାକଟପୁର 25/6 କାକଟପୁର ବ୍ଲକ୍ ଅନ୍ତର୍ଗତ ପ୍ରାଚୀ ଶ୍ରୀକ୍ଷେତ୍ର ଆନନ୍ଦ ବଜାର ଜଗନ୍ନାଥଙ୍କ ମନ୍ଦିର ରେ ପାରମ୍ପରିକ ରୀତିନୀତିରେ ରଥଯାତ୍ରା ପାଳିତ ହୋଇ ଯାଇଛି। ପ୍ରଥମେ ତିନି ଠାକୁର ଙ୍କୁ ଗୋଟି ପହଣ୍ଡି ରେ ଆଣି ରଥା ରୁଢ଼ କରାଯାଇ ଥିଲା। ମନ୍ଦିର ପୂଜକ ଅଶୋକ ପାଢି ଛେରା ପହଁରା କାର୍ଯ୍ୟ ସମାପନ କରିସାରିଲା ପରେ ହଜାର ହଜାର ଭକ୍ତ ରଥକୁ ଟାଣି ନେଇ ଶ୍ରୀଚନ୍ଦନପୁର ସ୍ତିତ ଗୁଣ୍ଡିଚା ମନ୍ଦିର କୁ ନେଇଥିଲେ। ଶାନ୍ତି ଶୃଙ୍ଖଳା ର ସହିତ ରଥ ଯାତ୍ରା ସମାପନ ହୋଇଥିଲା।ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି ବିଚିତ୍ରାନନ୍ଦ ନାୟକ ଯାତ୍ରା ରେ ସହଯୋଗ କରିଥିବା କାକଟପୁର ପୋଲିସ, ନଅ ଖଣ୍ଡ ଗାଁ ର ଗ୍ରାମ ବାସୀ ଓ ସମସ୍ତ ସଭ୍ୟ ଙ୍କୁ ଅନ୍ତରରୁ ଧନ୍ୟବାଦ୍ ଅର୍ପଣ କରି ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ପାର୍ଥନା କରିଥିଲେ।
