Odisha news

ବାଲିପାଟଣା : ଜିଲ୍ଲା ଆନ୍ଦୋଳନ କୁ ବ୍ୟାପକ କରାଯିବ

0
ବାଲିପାଟଣା ତା ୨୫/୦୬ : ଭୁବନେଶ୍ୱର ଜିଲ୍ଲା ଆନ୍ଦୋଳନ ର ଦ୍ଵିତୀୟ ବୈଠକ ବୁଦ୍ଦିପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ନିର୍ବାଚନ ମଣ୍ଡଳୀର ବହୁ ସଚେତନ ନାଗରିକ ଏଥିରେ ଯୋଗ ଦେଇ ଆନ୍ଦୋଳନ କୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇ ଛନ୍ତି। ପ୍ରତି ଗ୍ରାମର ଯୁବକ,ମହିଳା ଓ ଛାତ୍ର ଛାତ୍ରୀ ମାନେ ଏଥିରେ ସାମିଲ ହେବା ସହିତ ଦଳ, ମତ, ଧର୍ମ ନିର୍ବିଶେଷରେ ଜିଲ୍ଲା ଗଠନ ର ଆବଶ୍ୟକତା ସମସ୍ତେ ଉପଲବ୍ଧି କରିଛନ୍ତି ବୋଲି ବୈଠକ ରେ ବକ୍ତା ମାନେ ସୂଚନା ଦେଇଥିଲେ। ଆମର ଯଥାର୍ଥ ଦାବି ଗ୍ରହଣ କରି ତୁରନ୍ତ ଭୁବନେଶ୍ୱର କୁ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ସରକାର ଙ୍କୁ ଅନୁରୋଧ କରି ବୈଠକ ରେ ପ୍ରସ୍ତାବ ଗ୍ରହଣ କରାଯାଇଛି।ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବାସୁଦେବ ଭଟ୍ଟ, ବାବୁନୀ ସାହୁ, ପୂର୍ବତନ ସରପଂଚ ରସାନନ୍ଦ ପରିଡ଼ା,ଲକ୍ଷ୍ମୀଧର ଜେନା,ନରେନ୍ଦ୍ର ମଲ୍ଲିକ,ବ୍ରହ୍ମାନନ୍ଦ ସ୍ବାଇଁ,ନାରାୟଣ ସାହୁ,ସରପଞ୍ଚ ଦୁର୍ଯ୍ୟୋଧନ ମଲ୍ଲିକ,ସମିତି ସଭ୍ୟ ଶୈଳେନ୍ଦୁ ଦାଶ, ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ମାଗୁଣି ସେଠୀ,ଶିକ୍ଷକ ବଂଶୀଧର ବିଶ୍ଵାଳ,ଓକିଲ ନିର୍ମଳ ରଥ,ସୁରେଶ ଦାସ ପ୍ରମୁଖ ବହୁ ସଚେତନ ନାଗରିକ ଯୋଗ ଦେଇଥିଲେ।
Nalco
Leave A Reply