କାମାକ୍ଷା ନଗର -ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସମେତ ୮ଟି ବ୍ଲକରେ ଦିନକୁ ଦିନ ଦେଶୀ ମଦ,ବିଦେଶୀ ମଦ, ଧଳା ଜହର ,ଗଞ୍ଜେଇ ଆଦି ନିଶା ଦ୍ରବ୍ୟ ଚୋରା ଚାଲାଣ ହେଇଥିବା ଓ ବିଭିନ୍ନ ଗ୍ରାମକୁ କୋଚିଆ ମାନଙ୍କ ସହାୟତାରେ ଘରେ ଘରେ ନିଶା ଦ୍ରବ୍ୟ ବିକ୍ରି ଚାଲୁ ରହିଥିବା ବେଳେ ପୋଲିସ୍ ସଂପୂର୍ଣ୍ଣ ଭାବରେ ନିଷ୍କ୍ରିୟ ଥିବା ଦେଖିବାକୁ ମିଳୁଛି। ଆଜି ଭୋର୍ ସମୟରେ କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ ରାତି ର ପେଟ୍ରୋଲିଙ୍ଗ୍ କରି ମହୁଲପାଳ ପଞ୍ଚାୟତ ଜଡ଼ାପାଳ ନିକଟରୁ ୮୦୦ ଲିଟର ମଦ ସହ ଗୋଟେ ସ୍କୋରପିଓ ଗାଡ଼ି ସହ ଆମ୍ବପଳାସ ଗ୍ରାମର ଦିଲେଶ୍ୱର ସ୍ୱାଇଁ ଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗର ମୁଖ୍ୟ ଜିଲ୍ଲା ଅଧିକାରୀ ପ୍ରଦୀପ ପାଣି ଗ୍ରାହୀଙ୍କ ନିଦ୍ଦେଶ କ୍ରମେ କାମାକ୍ଷାନଗର,ଭୁବନ,ପରଜଙ୍ଗର ଅବକାରୀ ବିଭାଗର ମୁଖ୍ୟ ଅଧିକାରୀ ମାନେ ଯଗି ରହିଥିଲେ । ଉକ୍ତ ସ୍କୋରପିଓ ଗାଡ଼ିର ଡ଼୍ରାଇଭର ତଥା ଅଭିଯୁକ୍ତ ଦିଲେଶ୍ଵର ଖିପରଗତିରେ ଗାଡି ନେଇ ପଳାଇ ଯାଉଥିବା ବେଳେ ଗାଡ଼ିଟି ଭାରଶ୍ୟାମ୍ୟ ହରାଇ ଗାଡ଼ିଟି ଏକ ନାଳ ଭିତରକୁ ପଡ଼ିଯାଇଥିଲା । ଅବକାରୀ ବିଭାଗର କର୍ମଚାରୀ ମାନେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ।ଏହି ଚଢ଼ାଉରେ କାମାକ୍ଷାନଗର ଅଧିକାରୀ ସଞ୍ଜିପ୍ ଶର୍ମା, ପରଜଙ୍ଗ ଅଧିକାରୀ ନମିତା ମିଶ୍ର,ଭୁବନ ଅଧିକାରୀ ସୌରଭ ମିଶ୍ର,ଓ ଢ଼େଙ୍କାନାଳ ମୋବାଇଲ ସ୍କ୍ବାଡ଼ର ନିରିକ୍ଷକ ଲକ୍ଷେଶ୍ୱର ବେହେରା ପ୍ରମ୍ମୁଖ ଚଢ଼ାଉରେ ସାମିଲ ଥିଲେ