ପାକିସ୍ତାନ ପାଇଁ ଜ୍ୱାସୁଶୀ କରିଥିବା ଆରୋପ ରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ର ହିସାର ଜିଲ୍ଲା ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଛି, ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ର ଜାମିନ ଆବେଦନ କୁ ଖାରଜ କରିଛନ୍ତି l
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗତ ୫ମାସ ହେଲାଣି ହିସାର ଜେଲ ରେ ବନ୍ଦ ଅଛନ୍ତି, ଜ୍ୟୋତି ଙ୍କୁ ହିସାର ସିଭିଲ ଲାଇନ ଥାନା ପୋଲିସ ପାକିସ୍ତାନ କୁ ସମ୍ବେଦନଶୀଳ ତଥ୍ୟ ଦେବା ମାମଲାରେ ଗିରଫ କରିଥିଲା, ଆରୋପ ରହିଛି ଯେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ସୋସିଆଲ ମିଡ଼ିଆ ଜରିଆରେ ଭାରତର ସମ୍ବେଦନଶୀଳ ସ୍ଥାନର ତଥ୍ୟ ସେୟାର କରୁଥିଲେ l ଏବଂ ବିଦେଶୀ ଏଜେନ୍ସି ଙ୍କ ସମ୍ପର୍କ ରେ ରହିଥିଲେ l
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ର ଓକିଲ ଅଦାଲତ ରେ ଉପଯୁକ୍ତ ଦଲୀଲ ଦାଖଲ କରିପାରିଲେ ନାହିଁ, ଜ୍ୟୋତି ଙ୍କ ଓକିଲ କହିଛନ୍ତି ଯେ ସନ୍ଦେହ ଆଧାର ରେ ପୋଲିସ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଙ୍କୁ ଗିରଫ କରିଛି l ଯାଞ୍ଚ ରେ ବର୍ତମାନ ସୁଦ୍ଧା ଜ୍ୟୋତି କୌଣସି ଦେଶ ଦ୍ରୋହ କାର୍ଯ୍ୟ କରିଛନ୍ତି ବୋଲି ଜଣା ପଡ଼ିନାହିଁ, କିନ୍ତୁ ସରକାରୀ ଓକିଲ କହିଛନ୍ତି ଯେ ଏହି ମାମଲା ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡିତ ଏବଂ ବର୍ତମାନ ମଧ୍ୟ ଯାଞ୍ଚ ଚାଲିଛି l