Odisha news

ଯଦି ଆପଣଙ୍କ ଆୟୁ ୩୫ ବର୍ଷ ହୋଇଯାଇଛି, ତେବେ ବର୍ଷକୁ ଥରେ ଶରୀରର କରାଇ ନିଅନ୍ତୁ ଏହି ୪ଟି ପରୀକ୍ଷା

0

ବର୍ତମାନ ଦୁନିଆରେ ମଣିଷ ଶରୀର ଓ ରୋଗ ମଧ୍ୟରେ କୌଣସି ତାଳମେଳ ରହୁନାହିଁ, ଗୋଟିଏ ପଟରେ ଖୁବ କମ ବୟସରୁ ପିଲାମାନେ ରୋଗରେ ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟରେ ଖୁବ ଅଧିକ ଆୟୁର ଲୋକେ ମଧ୍ୟ ନିଜକୁ ସୁସ୍ଥ ରଖିବାରେ ସକ୍ଷମ ହେଉଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବ୍ୟକ୍ତି ୩୫ ବର୍ଷ ଟପିବା ମାତ୍ରକେ ଉଭୟ ପୁରୁଷ ଓ ମହିଳା ନିଜ ସ୍ୱାସ୍ଥ୍ୟ ର ନିୟମିତ ଯାଞ୍ଚ କରିବା ଜରୁରୀ, ଅତି କମରେ ବର୍ଷ କୁ ଥରଟିଏ କରିବା ଆବଶ୍ୟକ l ବିଶେଷ ଭାବରେ ସ୍କ୍ରିନିଙ୍ଗ ଟେଷ୍ଟ , ଯାହାଦ୍ୱାରା ବିଶେଷ କ୍ୟାନ୍ସର ସମ୍ବନ୍ଧିତ ସମସ୍ୟା ଜଣାପଡି ଥାଏ l ଆସନ୍ତୁ ଜାଣିବା ସେହି ୪ଟି ପରୀକ୍ଷା କଣ ?

– ନିୟମିତ କ୍ୟାନ୍ସର ସ୍କ୍ରିନିଙ୍ଗ ଟେଷ୍ଟ –
ନିୟମିତ ସ୍କ୍ରିନିଙ୍ଗ ଚେକ ଅପ ଦ୍ୱାରା କ୍ୟାନ୍ସର ଭଳି ରୋଗକୁ ଅଟକା ଯାଇପାରିବ, ୪୫ ବର୍ଷ ଆୟୁ ପରେ ପ୍ରତ୍ୟେକ ବ୍ୟକ୍ତି ଏହି ଯାଞ୍ଚ କରିବା ଜରୁରୀ, ବିଶେଷ ଭାବରେ ଏହି ଟେଷ୍ଟ ଆପଣ ବର୍ଷକୁ ଥରେ ନକଲେ ମଧ୍ୟ ୫ବର୍ଷ କୁ ଥରେ କରିପାରିବେ, ୨୧ ବର୍ଷରୁ ଉର୍ଧ୍ଵ ମହିଳା ମାନେ ଗର୍ଭାଶୟ କ୍ୟାନ୍ସର ରେ ଅନେକ ସମୟରେ ପୀଡିତ ହୋଇଥାଆନ୍ତି l ଏହି ଟେଷ୍ଟ ଦ୍ୱାରା ଜଣାପଡି ଠାରେ ଯେ ଗର୍ଭାଶୟ ରେ ଅସାମାନ୍ୟ ଅବସ୍ଥାରେ କୌଣସି ଟିସୁ ର ବିସ୍ତାର ହେଉନାହିଁ ତ l

– ଗ୍ୟାଲେରୀ ଟେଷ୍ଟ –
ଆଜିର ଆଧୁନିକ ଦୁନିଆରେ ଗ୍ୟାଲେରୀ ଟେଷ୍ଟ ଗୋଟିଏ ଏଭଳି ରକ୍ତ ପରୀକ୍ଷଣ ଯାହାକି ଗୋଟିଏ ସାମ୍ପଲ ଦ୍ୱାରା ୫୦ ରୁ ଉର୍ଧ୍ଵ କ୍ୟାନ୍ସର ପରୀକ୍ଷଣ ହୋଇପାରିବ , ଏହା ରକ୍ତରେ ଥିବା ଡିଏନଏ କୁ ଯାଞ୍ଚ କରି କ୍ୟାନ୍ସର ବିଷୟରେ ଜାଣିହେବ l ଯଦି ଏହି ରକ୍ତ ଯାଞ୍ଚ ଦ୍ୱାରା କିଛିବି ଜଣାପଡି ଥାଏ ତେବେ ଆଗାମୀ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଥାଏ l ଏହି ପରୀକ୍ଷା ୩୫ ରୁ ୪୦ ବର୍ଷ ଅୟୁରେ କରାଯାଇଥାଏ l

– ଜେନେଟିକ ଟେଷ୍ଟ –
ଅନେକ ସମୟରେ କ୍ୟାନ୍ସର କେବଳ ଲାଇଫଷ୍ଟାଇଲ ପାଇଁ ନୁହେଁ ଜେନେଟିକ ହୋଇଥାଏ, ଯେଉଁଥିରେ ଖୁବ କମ ଆୟୁର ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥାଏ , ଯଦି ପରିବାରର କୌଣସି ସଦସ୍ୟ କ୍ୟାନ୍ସର ରେ ପୀଡିତ ହୋଇଥାଆନ୍ତି ତେବେ ଏହି ସମ୍ଭାବନା ଅଧିକ ରହିଥାଏ l

– MRI ପରୀକ୍ଷା –
ଏମଆରଆଇ ଗୋଟିଏ ଏଭଳି ପରୀକ୍ଷା ଯାହା ଆଧୁନିକ ପଦ୍ଧତିରେ ସ୍କାନ ହୋଇ ବିନା ରେଡ଼ିଏସନ ରେ ଶରୀର ଭିତରେ ଆମେ ନିର୍ଦ୍ଧିଷ୍ଟ ରୋଗକୁ ଜାଣିପାରି ଥାଉ, ଅସାମାନ୍ୟ ଟ୍ୟୁମର ର ମଧ୍ୟ ଜାଣି ହୋଇଥାଏ, ଏହାଛଡା ଆମେ କ୍ୟାନ୍ସର ର ଟେଷ୍ଟ କରିବା ତେବେ ବିଶେଷଜ୍ଞ ଙ୍କ ଅନୁମତି ନେଇ କରିବା ଜରୁରୀ l

Nalco
Leave A Reply