ଆମେ ସାଧାରଣ ଭାବରେ ଶୁଣିଥାଉ ମାଦକ ପଦାର୍ଥ ସେବନ କରିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇଥାଏ l କିନ୍ତୁ କିଛି ଲୋକ ଏପରି ଥାଆନ୍ତି ଯିଏ କି ମାଦକ ଦ୍ରବ୍ୟ ସେବନ ନକରି ମଧ୍ୟ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇ ଥାଆନ୍ତି l ଯେଉଁସବୁ ଖାଦ୍ୟ କୁ ଆମେ ନିଜର ଦୈନନ୍ଦିନ ଭୋଜନ ରେ ଖାଇ ଥାଉ l ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ଗୁଡିକ କଣ ଯାହାକୁ ଆମେ ନିଜର ଦୈନଦିନ ଖାଦ୍ୟ ରେ ଶାମିଲ କରିଥାଉ l
– ସୋଡିୟମ
ସୋଡିୟମ ଶରୀର କୁ ଗୋଟିଏ ପ୍ରକାର ନୁହେଁ, ଅନେକ ମାତ୍ରାରେ ପ୍ରଭାବିତ କରିଥାଏ l ସୋଡିୟମ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ସମସ୍ୟା ଦେଖା ଯାଇଥାଏ l ତେଣୁ ହାର୍ଟ ସମସ୍ୟା ର ବିପଦ ମଧ୍ୟ ଦେଖାଯାଏ l ଲିଭର ପାଇଁ ଅତ୍ୟଧିକ ସୋଡିୟମ ସେବନ କ୍ଷତିକାରକ ଅଟେ l ଲୁଣ ରେ ସୋଡିୟମ ରହିଥିବା କାରଣରୁ ଏହାକୁ ସୀମିତ ମାତ୍ରାରେ ସେବନ କରିବା ଜରୁରୀ l
– ଏଡେଡ଼ ଶୁଗର
ବଜାରରେ ମିଳୁଥିବା ଅନେକ ପ୍ରକାର ଜିନିଷ ରେ ଏଡେଡ଼ ସୁଗାର ରହିଥାଏ l ସୋଡ଼ା, କ୍ୟାଣ୍ଡି, ପେଷ୍ଟ୍ରିଜ ଓ କେକ ରେ ଏଡେଡ଼ ସୁଗାର ରହିଥାଏ l ଏଡେଡ଼ ସୁଗାର ଓଜନ ବୃଦ୍ଧି କରିବାର ମୁଖ୍ୟ କାରଣ ଅଟେ l ଏହାଛଡା ଫ୍ୟାଟି ଲିଭର ର ମଧ୍ୟ ଏଡେଡ଼ ସୁଗାର ଅଧିକ ସେବନ ଯୋଗୁଁ ଦେଖାଦେଇ ଥାଏ l ତେଣୁ ଏଡେଡ଼ ସୁଗାର ସେବନ କରିବା ଉଚିତ ନୁହେଁ l
– ପ୍ରୋସେସଡ଼ ମିଟ
ପ୍ରୋସେସଡ଼ ମିଟ ରେ ସୋଡିୟମ ଓ ନାଇଟ୍ରେଟ ଆବଶ୍ୟକତା ଠାରୁ ଅଧିକ ରହିଥାଏ l ଏହି ୨ଟି ଜିନିଷ ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ l ଏହି ୨ଟି ଜିନିଷ ଅଧିକ ସେବନ ଦ୍ୱାରା ଶରୀର ଗମ୍ଭୀର ରୋଗ ଦ୍ୱାରା ପ୍ରଭାବିତ ହୋଇଥାଏ l
– ସଫ୍ଟ ଡ୍ରିଙ୍କ
ଯଦି ଆମେ ସଫ୍ଟ ଡ୍ରିଙ୍କ ନିୟମିତ ସେବନ କରିଥାଉ ତେବେ ଫ୍ୟାଟି ଲିଭର ସମସ୍ୟା ଦେଖିବାକୁ ମିଳିଥାଏ l ସଫ୍ଟ ଡ୍ରିଙ୍କ କେମିକାଲ ଓ ଅଡେଡ଼ ସୁଗାର ରେ ପୁର୍ଣ ହୋଇଥାଏ l ତେଣୁ ଏହାକୁ ପିଇବା ଠାରୁ ଦୁରେଇ ରୁହନ୍ତୁ l