Odisha news

ଏଭଳି ୪ଟି ସମର ଡ୍ରିଙ୍କ ଯାହା ମେଦ ବହୁଳତା ଦୂର କରିବାରେ କରିଥାଏ ସାହାଯ୍ୟ

0

ଓଜନ ବୃଦ୍ଧି ଆଜିର ସମୟ ରେ ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ l ଅତ୍ୟଧିକ ଓଜନ ବୃଦ୍ଧି ଅନେକ ଗୁଡିଏ ରୋଗର କାରଣ ଅଟେ l ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ନିଜ ଓଜନ ପ୍ରତି ସତର୍କ ରହିବା ଆବଶ୍ୟକ l  ଓଜନ କୁ ସନ୍ତୁଳନ ରଖିବା ପାଇଁ ଆପଣଙ୍କୁ ନିଜ ଭୋଜନ ରେ ଓ ଲାଇଫ ଷ୍ଟାଇଲ କୁ ପରିବର୍ତନ କରିବାକୁ ପଡିବ l ଆପଣ ଯଦି କିଛି ଅଧିକ ଫ୍ୟାଟି ଫୁଡ ଖାଉଛନ୍ତି ତେବେ ଜାଣି ରଖିବା ଆବଶ୍ୟକ ଯେ ସେତିକି ଫ୍ୟାଟ ବର୍ନ କରିପାରିବେ ନା ନାହିଁ l  ଏହାଛଡା ଏଭଳି କିଛି ଜିନିଷ କୁ ନିଜ ଡାଏଟ ରେ ସାମିଲ କରିବା ଆବଶ୍ୟକ ଯାହାକି ଆପଣଙ୍କ ଓଜନ ହ୍ରାସ ର କାରଣ ହୋଇ ପାରିବ l ଆଜି ଆସନ୍ତୁ ଜାଣିବା ସେହିଭଳି କିଛି ହୋମ୍ ମେଡ଼ ସମର ଡ୍ରିଙ୍କସ ଯାହା ଆପଣଙ୍କ ଓଜନ ହ୍ରାସ କରିବ ଓ ଆପଣଙ୍କୁ ସତେଜ ରଖିବ l

– ଗ୍ରୀଷ୍ମଋତୁ ରେ ଗରମ ଆରାମ ଦେବା ସହିତ ଓଜନ ହ୍ରାସ କରିବା ପାଇଁ ଲେମ୍ବୁ ପାଣି ଗୋଟିଏ ଭଲ ମାଧ୍ୟମ ଅଟେ l  ଲେମ୍ବୁ ରେ ରହିଥିବା ତତ୍ୱ ଫ୍ୟାଟ କୁ ବର୍ନ କରିଥାଏ l ଏହାଛଡା ଲେମ୍ବୁ ପାଣି ଆପଣଙ୍କ ପାଚନ ସମ୍ବନ୍ଧୀୟ ସମସ୍ୟା କୁ ଠିକ କରିଥାଏ l ଗରମ ଦିନରେ ଲେମ୍ବୁ ପାଣି ସେବନ କରିବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ l

– କମଳା ରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ l  ଏହାଛଡା କମଳା ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର ହୋଇ ଥିବାରୁ ମେଟାବଳିଯିମ ବୃଦ୍ଧି କରି ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ ଓ ଗ୍ରୀଷ୍ମ ଋତୁରେ ଶରୀର କୁ ସତେଜତା ପ୍ରଦାନ କରେ l ଆମ ଶରୀର ରୁ ବ୍ୟାଡ଼ କୋଲେଷ୍ଟ୍ରଲ ହ୍ରାସ କରେ l

– ଗରମ ଦିନରେ ବିଶେଷ ଭାବରେ ରୌଦ୍ର ତାପରୁ ରକ୍ଷା କରିଥାଏ ଘୋଳ ଦହି l ଏହା ଶରୀରକୁ ହାଇଡ୍ରେଟ ରଖିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଦେହକୁ ଗରମ ପ୍ରବାହ ରୁ ରକ୍ଷା କରିଥାଏ l

– ଓଜନ ହ୍ରାସ କରିବା ପାଇଁ ଜିରା ପାଣି ଗୋଟିଏ ଭଲ ମାଧ୍ୟମ ଅଟେ l ଏହାଛଡା ଜିରା ପାଣି ସକାଳୁ ଖାଲି ପେଟରେ ସେବନ କରିବେ ତେବେ ଓଜନ ହ୍ରାସ କରିଥାଏ l ଏହାଛଡା ଜିରା ପାଣି ଶରୀର କୁ ଡିଟକ୍ସ କରିଥାଏ ଓ ଗରମ ରୁ ରକ୍ଷା କରିଥାଏ l  ନିୟମିତ ଜିରା ପାଣି ସେବନ କରିବା ଦ୍ୱାରା ଶରୀର ର ବର୍ଜ୍ୟବସ୍ତୁ ପରିସ୍ରାରେ ନିଷ୍କାସିତ ହୋଇଥାଏ l

Leave A Reply