ପାରାଦୀପ : ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ୩ ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଯାଇଛି।୭୭ ତମ ସ୍ବାଧିନତା ଦିବସ ଅବସରରେ ଜେ ଏସ ଡ ବ୍ଲୁ ଗ୍ରୁପର ସଭାପତି ତଥା ମାନବ ସମ୍ବଳ ମୁଖ୍ୟ ଦିଲିପ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ଏହାର ଲୋକାର୍ପଣ କରିଥିଲେ। ଏଥିରେ ଗୋଟିଏ ଆଡଭାନସ଼ ଲାଇଫ୍ ସପୋର୍ଟ ଓ ଦୁଇଟି ପେସେଣ୍ଟ ଟ୍ରାନ୍ସପୋର୍ଟ ଆମ୍ବୁଲାନ୍ସ ରହିଛି। ଅତ୍ୟାଧୁନିକ ଜୀବନ ସହାୟକ ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ସରଞ୍ଜାମ ଓ ରୋଗୀ ସେବା ବ୍ୟବସ୍ଥା ରହିଛି। ଏହି ଆମ୍ବୁଲାନ୍ସ ଟି ଅଠରବାଙ୍କୀ ଠାରେ ରହିବ। ବିଶେଷ କରି କଟକ ପାରାଦୀପ ରାଜ୍ୟ ରାଜପଥ,ବନ୍ଦରାଞ୍ଚଳ ସହିତ ବିଭିନ୍ନ ଶିଳ୍ପାଞ୍ଚଳରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଦୁର୍ଘଟଣା ହେଇଥାଏ। ସେହି ସମୟରେ ତୁରନ୍ତ ଚିକିତ୍ସା ପ୍ରଦାନ ସହିତ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ଏହି ଆମ୍ବୁଲାନ୍ସ ଟି ସହାୟକ ହୋଇ ପାରିବ।
ଏଥି ସହିତ ଅନ୍ୟ ଦୁଇଟି ଆମ୍ବୁଲାନ୍ସ ଢ଼ିଙ୍କିଆ ଓ ବାଲିତୁଠ ସ୍ବାସ୍ଥ୍ୟକେନ୍ଦ୍ରରେ ସହିତ ତିନି ପଞ୍ଚାୟତରେ ରୋଗୀ ସେବା ପ୍ରଦାନ କରିବାରେ ସାହାଯ୍ୟ କରିବ । ଏହି ତିନିଟି ଆମ୍ବୁଲାନ୍ସରେ ୮ ଜଣ ଡ଼୍ରାଇଭର ଓ ୪ ଜଣ ଏମରଜେନସି ମେଡିକାଲ ଟେକନିସିଆନ ରହିଛନ୍ତି।ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ବିଗତ ଦିନରେ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଆଗାମୀ ଦିନରେ ଅନେକ କିଛି ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।