Odisha news

LAC ରେ ଉତେଜନା ମଧ୍ୟରେ ଏସ ଜୟଶଙ୍କର କହିଛନ୍ତି ବିଶ୍ୱ ଉପରେ ପ୍ରଭାବ ପକାଉଛି ଚୀନ୍ ଓ ଭାରତର ସମ୍ପର୍କ

0

ନୁଆଦିଲ୍ଲୀ: ବିଦେଶମନ୍ତ୍ରୀ ଏସ ଜୟଶଙ୍କର ଚୀନ ସହିତ ସୀମା ବିବାଦକୁ ନେଇ ଗୁରୁବାର ଦିନ କହିଛନ୍ତି ଯେ ପୂର୍ବ ଲଦାଖରେ ଗତବର୍ଷ ହୋଇଥିବା ଦୁଇ ଦେଶ ମଧ୍ୟରେ ସମ୍ବଧକୁ ପ୍ରଭାବିତର କରିଛି ଓ ଏହି ଭଲ ସମ୍ପର୍କକୁ ସେତେବେଳେ ବଢ଼ିଯାଇ ପାରିବ ଯେତେବେଳେ ନିଜ ମଧ୍ୟରେ ସମ୍ମାନ ,ସମବେଦନା ଶିଳତା ପ୍ରଭୃତିକୁ ଆଧାର କରାଯିବ l ଜୟଶଙ୍କର କହିଛନ୍ତି ଚୀନ ଓ ଭାରତର ସମ୍ପର୍କ ଗୋଟିଏ ଅଦ୍ଭୁତ ପରିସ୍ଥିତିରେ ରହିଛି ,ଯାହା କେବଳ ଦୁଇ ଦେଶ ନୁହେଁ ସାରା ଦୁନିଆ ଉପରେ ପ୍ରଭାବ ପକାଉଛି l ଚୀନ ଅଧ୍ୟୟନ ଉପରେ ୧୩ ତମ ଅଖିଳ ଭାରତୀୟ ସମିଳନୀକୁ ଡିଜିଟାଲ ମାଧ୍ୟମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ୨୦୨୦ ରେ ଘଟିଥିବା ଘଟଣା ଗୁଡିକ ଦୁଇ ଦେଶ ଉପରେ ଅନେକ ପ୍ରଭାବ ପକାଇଛି l

ପୂର୍ବ ଲଦାଖରେ ଘଟିଥିବା ଗତବର୍ଷର ଘଟଣା ବିଶ୍ୱକୁ ପ୍ରଭାବିତ କରିଛି l ସେ କହିଛନ୍ତି ବାସ୍ତବିକ ନିଆଯନ୍ତ୍ରଣା ରେଖାର ନିୟମକୁ ପାଳନ ଓ ସମ୍ମାନ କରାଯିବ ବଶ୍ୟକ l ବିଦେଶ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ସ୍ଥିତିକୁ ବଦଳାଇବା ପାଇଁ କୌଣସି ଏକ ପକ୍ଷର ପ୍ରୟାସ ଆବଶ୍ୟକ ନୁହେଁ l କେବଳ ଏହା ଦ୍ୱାରା ସୈନିକଙ୍କ ସଂଖ୍ୟା କମ କରିବାର ପ୍ରତିବଦ୍ଧତାକୁ ଅନାଦର କରାଯାଇନାହିଁ ,ଶାନ୍ତି ଭଙ୍ଗ କରିବା ପ୍ରକ୍ରିୟାକୁ ମଧ୍ୟ ଜାରି ରଖାଯାଇଛି l ଚୀନ ସହିତ ସମ୍ପର୍କକୁ ନେଇ ସେ କହିଛନ୍ତି ଏହି ସମ୍ପର୍କ ମଧୁର ଭାବରେ ସେତେବେଳେ ଆଗକୁ ବଢିବା ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ମାନ ଏବଂ ସମବେଦନା ଶିଳତାକୁ ମହତ୍ୱ ଦିଆଯିବ l

ବିଦେଶମନ୍ତ୍ରୀ ସୀମାବର୍ତୀ ଇଲାକା ଗୁଡିକରେ କିପରି ସମ୍ପୂର୍ଣ ବିକାଶ ହୋଇ ପାରିବ ତାହାକୁ ମହତ୍ୱ ଦେଇଛନ୍ତି l ସେ କହିଛନ୍ତି ଆମ ପାଇଁ ମୁଖ୍ୟ ଅଟେ ଯେ ଚୀନର ବ୍ୟବହାର କଣ ଓ ସେ କଣ ଚାହୁଁଛି ଯାହା ଭବିଷ୍ୟତକୁ ନେଇ ନିର୍ଧାରଣ କରାଯିବ ବର୍ତ୍ତମାନ ସୀମାରେ ସାମାନ୍ୟ ଜୀବନ ଯାପନର ଆଶା କରିବା ବାସ୍ତବିକ ନୁହେଁ l ସମ୍ପର୍କକୁ ସ୍ଥିର ଓ ପ୍ରଗତି ଆଡକୁ ନେଇ ଯିବା ଆବଶ୍ୟକ ଯାହାକୁ ସମସ୍ତେ ଧ୍ୟାନ ଦେବା ଉଚିତ l ସୂଚନା ଯୋଗ୍ୟଯେ ପୂର୍ବ ଲଦାଖରେ ବାସ୍ତବିକ ନିଆଯନ୍ତ୍ରଣା ରେଖା ଉପରେ ଗତ କିଛି ମାସ ହେଲାଣି ଭାରତୀୟ ସେନା ଓ ଚୀନ ସେନାଙ୍କ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି l ଏହି ମାମଲାକୁ ନେଇ ଅନେକଥର ସୈନ୍ୟସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ କିଛି ଲାଭ ମିଳିନାହିଁ l

Leave A Reply