Odisha news

ପିଲାମାନଙ୍କୁ କୁକୁରର ମାଂସ ଖାଇବାକୁ ଦେଉଥିଲା ମା : ପୋଲିସ ଗିରଫ କଲା ମହିଳାଙ୍କୁ

0

ନୂଆଦିଲ୍ଲୀ : ୟୁକ୍ରେନରୁ ଗୋଟିଏ ଚମକାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି ,ଯାହାକୁ ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି l ମହିଳାଙ୍କ ଉପରେ ଆରୋପ ଲାଗିଛି ସେ ତାଙ୍କର ଭୋକିଲା ଛୁଆ ମାନଙ୍କର ପେଟ ପୁରାଇବା ପାଇଁ ସେହି ଅଂଚଳର କୁକୁର ମାନଙ୍କୁ ମାରି ସେମାନଙ୍କର ମାଂସ ଖୁଆଉ ଥିଲେ l ମହିଳା ଜଣଙ୍କ ଘରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଗମ୍ଭୀର ଥିଲା ,ଏତେ ଖରାପ ଥିଲା ଯେ ତାଙ୍କ ଘରର କାନ୍ଥରୁ ଅରଶରପା ଖସୁଥିଲେ l ମିଳିଥିବା ସୂଚନା ଅନୁସାରେ ୟୁକ୍ରେନର ଉତ୍ତରପୂର୍ବ ଅଂଚଳରେ ସ୍ଥିତ ଖାରଖିବ ସହରରେ ୩୦ ବର୍ଷୀୟ ଲିଲିୟା ନିଜର ଦୁଇଟି ଛୁଆ ଓ ମାଙ୍କ ସହିତ ରହୁଥିଲେ l

ସୂଚନା ଅନୁସାରେ ମହିଳା ଜଣଙ୍କ ନିଜ ଘରେ ଅନେକ ବର୍ଷରୁ ଅଳିଆ ଆବର୍ଜନା ଗଡ଼କରୀ ରଖିଥିଲେ l ଏହି ଅଳିଆ ଆବର୍ଜନା ଯୋଗୁ ଘରର ଚାରିପାଖରେ ଓ ଭିତରେ ଅସରପା ଓ ମୂଷାଙ୍କ ସଂଖ୍ୟା ବଢି ଯାଇଥିଲା ଏହି ମହିଳା ଜଣଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିଲା l ପଇସା ନଦେବା କାରଣରୁ ତାଙ୍କ ଘରକୁ ପାଣି ସପ୍ଲାୟ ଅନେକ ଦିନରୁ ବନ୍ଦ ହୋଇ ଯାଇଥିଲା l ଏହା ବ୍ୟତୀତ ତାଙ୍କର ଶୌଚାଳୟ ମଧ୍ୟ ଆସନରେ ଭାରି ରହିଥିଲା ,ସେ ତାଙ୍କ ପିଲା ମାନଙ୍କୁ ବାହାରକୁ ମଧ୍ୟ ଛାଡୁ ନଥିଲେ l ଏହି ସବୁ ଘଟଣାକୁ ଆଖି ଆଗରେ ରଖି ପୋଲିସ ସର୍ବପ୍ରଥମେ ତାଙ୍କ ପିଲା ମାନଙ୍କୁ ଉଦ୍ଧାର କରି ଯାଞ୍ଚ କରିବା ପାଇଁ ଡାକ୍ତରଖାନା ପଠାଇଥିଲେ l

ଏହି ମହିଳା ଜଣଙ୍କର ଜଣେ ପଡୋଶୀ ପୋଲିସ୍ କୁ ଏସମସ୍ତ ବିଷୟରେ ସୂଚିତ କରିଥିଲେ l ଲିଲିୟା ଙ୍କର ଛୁଆ ମାନଙ୍କ ପାଖରେ ପିନ୍ଧିବା ପାଇଁ କପଡା ମଧ୍ୟ ନଥିଲା l ଜଣେ ପଡୋଶୀ ପୋଲିସ୍ କୁ ଗୋଟିଏ କମ୍ବଳ ଦେଇଥିଲେ ଛୁଆଟିକୁ ଢାଙ୍କିବା ପାଇଁ l ବୁଲା କୁକୁର ମାନଙ୍କୁ ନେଇ ଆସିଥିବା ତଥ୍ୟକୁ ଆଧାର କରି ଏହି ସହରର ପଶୁ ଅଧିକାର ସଂଗଠନ କୁକୁର ମାନଙ୍କ ବିଷୟରେ ଯାଞ୍ଚ କରୁଛନ୍ତି l ଲିଲିୟା ଙ୍କର ସମୁଦାୟ ୫ଟି ଛୁଆ ଅଛନ୍ତି l ଯେଉଁଥିରେ ସେ ୩ଟି ଛୁଆଙ୍କର କଷ୍ଟଡି ହରାଇ ସାରିଛନ୍ତି ,ଯଦି ସେ ଏହି ମାମଲାରେ କୌଣସି ପ୍ରକାରେ ଦୋଷୀ ସାବ୍ୟସ୍ତ ହେଲେ ତେବେ ତାଙ୍କୁ ୭ ବର୍ଷ ଜେଲ୍ ହୋଇପାରେ l

Leave A Reply