ଶ୍ୟାମସୁନ୍ଦର ସାମଲ : ପବିତ୍ର ସାଧାରଣତନ୍ତ୍ର ଦିବସରେ ଆନେ୍ଦାଳନରତ ଅନ୍ନଦାତା କୁହାଯାଉଥିବା କିଛି ତଥାକଥିତ ଚାଷୀଗୁଣ୍ଡା ଦେଶକୁ ଅପମାନିତ କଲାଭଳି କାର୍ଯ୍ୟ କଲେ ଏବଂ ଏହି ହିଂସାତ୍ମକ ଘଟଣାକୁ ପ୍ରତିଟି ଭାରତୀୟ ଦୃଢ଼ ଭାବରେ ନିନ୍ଦା କରୁଛନ୍ତି । ଦେଶର ପବିତ୍ର ଗଣତନ୍ତ୍ରର ଉତ୍ସବ ଆମ ସମ୍ବିଧାନ ଲାଗୁ ହେବାର ପବିତ୍ର ତିଥି । ଯେତେବେଳେ ପଲ୍ଲୀରୁ ଦିଲ୍ଲୀ ଯାଏ ଗଣତନ୍ତ୍ରର ଉତ୍ସବ, ଧର୍ମନିରପେକ୍ଷତାର ଉତ୍ସବ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏକ ରାଷ୍ଟ୍ରର ଉତ୍ସବ ଭାବେ ମନା ଯାଉଥିଲା ସେହି ସମୟରେ ଦେଶର ରାଜଧାନୀରେ ଗୁଣ୍ଡାତନ୍ତ୍ର ଏକ ରକମ କବ୍ଚା କରିନେଇଥିଲେ କିଛି ଗୁଣ୍ଡାଚାଷୀ ଯେଉଁମାନେ ନିଜକୁ ଅନ୍ନଦାତା ଭାବେ କହି ଭାରତର ଚାଷୀକୂଳର ମସିହା ଭାବେ ନିଜକୁ ତ୍ରାଣକର୍ତ୍ତା ବିଚାର କରନ୍ତି । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ସମଗ୍ର ବିଶ୍ୱରେ ବିରଳ । ସମଗ୍ର ପୃଥିବୀରେ ଭାରତର ଗଣତନ୍ତ୍ର ସର୍ବପୁରାତନ ଏବଂ ଏହା ଯେଉଁ ମାନବୀୟ ମୂଲ୍ୟବୋଧକୁ ନେଇ ଗଢ଼ାଯାଇଛି ତାହା ପ୍ରତିଟି ଦେଶ ପାଇଁ ଆଦର୍ଶ ପାଲଟୁ । କୃଷକଙ୍କ ସ୍ୱାର୍ଥ ସମସ୍ୟା ପାଇଁ ଆନେ୍ଦାଳନ କରୁଥିବା କୁହାଯାଉଥିବା ସଙ୍ଗଠନର ଚରିତ୍ରମାନଙ୍କର ମୂଳ ଉଦେ୍ଦଶ୍ୟ କ’ଣ ତାହା ସମଗ୍ର ଦେଶବାସୀ ଦେଖିଲେ ।
ରାଜଧାନୀର ଛାତିରେ ଅରାଜକତା ସୃଷ୍ଟି କରି ଯେଉଁ ଘୃଣ୍ୟ ପରମ୍ପରା ସ୍ଥାପନ ହେଲା ତାହା ପ୍ରତିଟି ଭାରତୀୟଙ୍କ ପାଇଁ ଲଜ୍ଜ୍ୟା ଓ ଅପମାନର ପ୍ରସଙ୍ଗ । ପବିତ୍ର ଲାଲକିଲ୍ଲା ଯେଉଁଠି ଭାରତ ମାତାର, ଦେଶର ସ୍ୱାଭିମାନ, ସମ୍ମାନ, ଅଖଣ୍ଡ ଗୌରବର ପ୍ରତୀକ ତ୍ରିରଙ୍ଗା ଉଡିଥାଏ ଫର୍ ଫର୍ ହୋଇ ସେଠି ତ୍ରିରଙ୍ଗା ବଦଳରେ ଉଡ଼ିଲା ଏକ ନିର୍ଦ୍ଦିଷ୍ଟ ଦଳୀୟ ଓ କିଛି କୁଚକ୍ରୀଙ୍କ ପତାକା । ସମଗ୍ର ବିଶ୍ୱ ଦରବାରରେ ଆଜି ଭାରତ ଏକ ଅଖଣ୍ଡ ବିକଶିତ ଦେଶ ଭାବେ ଯେଉଁ ସମ୍ମାନର ଦାବିଦାର ହୋଇଛି ତାହା ଏକ ପ୍ରକାର ମାଟିରେ ମିଶିଗଲା । ଦେଶର ଗୌରବ ଦିନରେ ଯେଉଁ ଅଶାନ୍ତିର କାଳିମା ସୃଷ୍ଟି ହେଲା ତାକୁ ଯେତେ ନିନ୍ଦାକଲେ ମଧ୍ୟ କମ ପଡ଼ିଯିବ । ଏ ଅଧିକାର ସେମାନଙ୍କୁ କିଏ ଦେଲା ଯେଉଁମାନେ ରାଷ୍ଟ୍ରୀୟ ସ୍ମାରକୀ ଉପରେ ଚଢ଼ି ଆମ ସର୍ବୋଚ୍ଚ ସ୍ୱାଭିମାନ ସମ୍ମାନ ରାଷ୍ଟ୍ରୀୟ ପତାକାକୁ ଅମର୍ଯ୍ୟଦା କରିବାର ଦୁଃସାହାସ କଲେ । ଯେଉଁମାନେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ଯାତ୍ରା ପାଇଁ ଅନୁମତି ସର୍ତ୍ତମୂଳକ ଭାବେ ପ୍ରଶାସନ ଠାରୁ ନେଇଥିଲେ ଦିଲ୍ଲୀର ସଡ଼କରେ ସେମାନେ ଯେଉଁ ଅରାଜକତା, ଗୁଣ୍ଡଗର୍ଦ୍ଦି ସୃଷ୍ଟିକଲେ ତାହା ତାର ଉତ୍ତର ଓ ଜବାବ କିଏ ଦେବ?
ପ୍ରଶାସନ ଓ ପୋଲିସ ଅତି ସଂଞ୍ଜମ ରକ୍ଷା କରି ନିଜେ ମାଡ଼ ଖାଇ ଲହୁ ଲୁହାଣ ହୋଇଗଲେ ପଛେ ସେମାନେ ସାମାନ୍ୟ ମାତ୍ର କ୍ରୋଧ ପ୍ରକାଶ ନକରି ନିଜ ଜୀବନକୁ ଏକ ପ୍ରକାର ବାଜି ଲଗାଇଦେଲେ ଦେଶର ଅଖଣ୍ଡତାର ସମ୍ମାନକୁ ବଢ଼ାଇବା ପାଇଁ । ଏହି ନୃଶଂସ ଦଳ ସେମାନଙ୍କୁ କୋଡିଏ ଫୁଟ ଗଭୀରର ଖାଲ ଭିତରକୁ ଯେଉଁପରି ଠେଲି ଦେଲେ ଆମ ସେମାନେ ଜୀବନ ରକ୍ଷା ପାଇଁ ଯେଉଁପରି ନିଜକୁ ବଞ୍ଚାଇବା ପାଇଁ ସେ ଖାଇ ଭିତରକୁ ଡେଇଁ ଗୁରୁତର ହେଲେ ସେମାନଙ୍କ ଯନ୍ତ୍ରଣା, କଷ୍ଟ, ଲୁହ କିଏ ପୋଛିବ ବା କିଏ ସେ ଯନ୍ତ୍ରଣାକୁ ନିଜେ ଗ୍ରହଣ କରିପାରିବ? ରାଷ୍ଟ୍ରୀୟ ଦିବସରେ ଜାଣିଶୁଣି ଆନେ୍ଦାଳନର ଡାକରା ଦେଇ ବିଶ୍ୱରେ ଆମ ୭୨ତମ ସାଧାରଣତନ୍ତ୍ର ଦିବସର କଥା ନୁହେଁ ଅରାଜକତାର ଖବର ଛାଇ ଯିବାକୁ ଚାଷୀ ସଙ୍ଗଠନ ଗୁଡ଼ିକ ଯୋଜନା କରିନଥିଲେ ତ? ଯୋଜନାବଦ୍ଧ ଭାବେ ଯଦି ସେମାନେ ଲାଲକିଲ୍ଲା ପରିବର୍ତ୍ତେ ସଂସଦ, ସୁପ୍ରିମକୋର୍ଟ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଯଦି ମାଡ଼ି ଯାଇ କୌଣସି ଭୟାନକ କାଣ୍ଡ କରିଥାନ୍ତେ ତାହାହେଲେ ପରିସ୍ଥିତି ବର୍ତ୍ତମାନ କେଉଁ ପ୍ରକାର ଥାଆନ୍ତା ଟିକେ ଚିନ୍ତା କରନ୍ତୁ ସହୃଦୟ ପାଠକ ମହୋଦୟ?
ଅହିଂସା ଆନେ୍ଦାଳନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତୀକ । ଶକ୍ତିଶାଳୀ, ପରାକ୍ରମୀ ଗୋରା ଫଉଜକୁ ନିଜ ଦେଶର ରାସ୍ତା ଦେଖାଇଥିଳେ ଅହିଂସାର ପୂଜାରୀ ବାପୁଜୀ ଆଉ ଦେଶପ୍ରେମୀମାନେ । କିନ୍ତୁ ଆଜିର ଚାଷୀମାନଙ୍କ ନେତା ସାଜିଥିବା କିଛି ଅସମାଜିକ ତତ୍ତ୍ୱ ଦେଶପ୍ରେମର ଇତିହାସରେ ଯେଉଁ କଳଙ୍କ ସୃଷ୍ଟି କଲେ ତାହା ଲିଭିପାରିବତ? ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଚାଷୀମାନଙ୍କ ଦୁଃଖରେ ସହାନୁଭୂତି ପ୍ରକାଶ କରି ଭାରତର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ସଂସଦର ଦୁଇଗୃହରେ ପାରିତ ହୋଇଥିବା କାର୍ଯ୍ୟପାଳିକାର ଆଇନ ଉପରେ ଅସ୍ଥାୟୀ ରୋକ ଲଗାଇଲେ । ଏହା ଚାଷୀ ମାନଙ୍କ ପାଇଁ ବହୁତ ବଡ଼ ସମ୍ମାନ ଥିଲା । ହେଲେ ସେମାନେ ନିଜ ଲକ୍ଷ୍ମଣ ରେଖା ଅତିକ୍ରମ କରି ଯେଉଁ ଲଙ୍କାକାଣ୍ଡ କଲେ ତାହା ସମଗ୍ର ଦେଶବାସୀ ତୀବ୍ର ପ୍ରତିକ୍ରିୟା ସ୍ୱରୂପ କଡ଼ା ନିିନ୍ଦା କରୁଛନ୍ତି ।
ଆଜି ଏହି ଲେଖା ପ୍ରସ୍ତୁତ ହେଲାବେଳକୁ ସରକାର କଠୋର ହୋଇ ଚାଷୀମାନଙ୍କୁ ତୁରନ୍ତ ଧାରଣାସ୍ଥଳରୁ ହଟିବାର ନିଦେ୍ର୍ଦଶ ଦେଇଛନ୍ତି ଏବଂ ସବୁଠାରୁ ବଡ଼ କଥା ଦିଲ୍ଲୀ ସୀମାନ୍ତର ଯେଉଁ ଚାରିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚାଷୀମାନେ ଦୁଇମାସ ଧରି ଆନେ୍ଦାଳନ କରୁଥିଲେ ଲାଲକିଲ୍ଲାର ଅଘଟଣ ପରେ ଏହି ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ଉପରେ ଆକ୍ରୋଶ ପ୍ରକାଶ କରି ସେମାନଙ୍କ ସ୍ଥାନରୁ ତୁରନ୍ତ ଚାଲିଯିବା ପାଇଁ ଏକ ନୂଆ ଆନେ୍ଦାଳନ ସୃଷ୍ଟି କଲେଣି । ଦିନ ଥିଲା ଏହି ମାନଙ୍କ ଜନବସତି ପାଖରେ ମାସ ମାସ ଧରି ଥଣ୍ଡା, ଶୀତ, ବର୍ଷା ଭିତରେ ଚାଷୀ ଆନେ୍ଦାଳନ କରୁଥିବା କୃଷକ ମାନଙ୍କ ପାଇଁ ସହାନୁଭୂତି ଥିଲା । ହେଲେ ଆଜି ସେମାନେ ନିଜ କର୍ମ ପାଇଁ କେଉଁ ପ୍ରକାର ଯେ ଘୃଣ୍ୟ ହେଲେ ତାହା ବିଚାର କରନ୍ତୁ ।
ଆନେ୍ଦାଳନ ନାମରେ ଅରାଜକତା ସୃଷ୍ଟି କରିବାର ଅଧିକାର କାହାରି ପାଖରେ ନାହିଁ । ରାଷ୍ଟ୍ରୀୟ ପ୍ରତୀକ ତଥା ରାଷ୍ଟ୍ରର ଭାବନାକୁ ସମ୍ମାନ ଦେବାକୁ ସେମାନେ ବାଧ୍ୟ । ଚାଷୀ ଆନେ୍ଦାଳନର ଅସଲ ଉଦେ୍ଦଶ୍ୟ ଜଣା ପଡ଼ିଗଲା ପରେ ଏହି ଦେଶଦ୍ରୋହୀ ଗୁଣ୍ଡାତନ୍ତ୍ର ମାନଙ୍କର ଗଣତନ୍ତ୍ରରେ କୌଣସି ସ୍ଥାନ ଓ ଅଧିକାର ନାହିଁ ବୋଲି ପ୍ରତିଟି ଭାରତୀୟ ବିଚାର କରୁଛନ୍ତି । ଆସନ୍ତୁ ଦେଶର ଅଖଣ୍ଡତା, ସାର୍ବଭୌମର ସୁରକ୍ଷା ପାଇଁ ଆମେ ପ୍ରତିଟି ଭାରତୀୟ ଏକଜୁଟ ହେବା । ବନେ୍ଦ ମାତରମ୍ ଭାରତ ମାତା କି ଜୟ ।