Odisha news

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ବୟାନ ,କହିଲେ କେନ୍ଦ୍ର ସରକାର ପାକିସ୍ତାନ ସହିତ କଥାବାର୍ତା କରିବା ଆବଶ୍ୟକ

0

ନୂଆଦିଲ୍ଲୀ :ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁର ଗୋଟିଏ ଦିନପରେ ଶନିବାରଦିନ ପିଡିପି ମୁଖ୍ୟ ମେହବୁବା ମୁଫତି କେନ୍ଦ୍ରକୁ ପାକିସ୍ତାନ ସହିତ କଥାବାର୍ତା ଆରମ୍ଭ କରିବା ପାଇଁ କହିଛନ୍ତି l ସେ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ହିଂସା ନହେଉ ତାହାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଲୋକ ମାନଙ୍କୁ ସମ୍ବାଦରେ ସାମିଲ କରିବା ପାଇଁ ଦାବି କରିଛନ୍ତି l

ପିଡିପି ପ୍ରମୁଖ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଥିବା ଦିବଂଗତ କନେଷ୍ଟବଳ ସୁହେଲ ଅହମଦଙ୍କ  ଘରକୁ ଯାଇଥିଲେ ପରିବାର ପ୍ରତି ସମ୍ବେଦନା ଜ୍ଞାପନ କରିଥିଲେ l ସୁହେଲ ଅହମଦ ଶୁକ୍ରବାରଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଛନ୍ତି l ଏହି ଆକ୍ରମଣରେ ଆଉଜଣେ ପୋଲିସ କର୍ମୀ ମଧ୍ୟ ସହୀଦ ହୋଇଛନ୍ତି l ମେହବୁବା କହିଛନ୍ତି ବର୍ତମାନ ପରିସ୍ଥିତିରେ କାଶ୍ମୀର ବଡ଼ ମୁଦ୍ଦା ଅଟେ ,ତେଣୁ ସମାଧାନର ବାଟ ବାହାରକରି ସରକାର ଜାମ୍ମୁକାଶ୍ମୀରରେ ରକ୍ତପାତ କମ କରନ୍ତୁ l

ସେ କହିଛନ୍ତି କାଶ୍ମୀରରେ ହିଂସାକୁ କମ କରିବା ପାଇଁ ସରକାର ସମ୍ବାଦ ଆରମ୍ଭ କରନ୍ତୁ l ହିଂସାକୁ ବନ୍ଦ କରିବା ପାଇଁ କାଶ୍ମୀର ସହିତ କଥାବାର୍ତ୍ତା ଆରମ୍ଭ କରିବା ଆବଶ୍ୟକ l ଯାହାଦ୍ୱାରା କିଛି ସମାଧାନର ବାଟ ବାହାରି ପାରିବ ଲୋକମାନେ ଗୋଟିଏ ଶାନ୍ତିପୂର୍ଣ ଜୀବନ ବିତାଇବେ  

Leave A Reply