Odisha news

କରୀନା କପୁର ଓ ସୈଫ୍‌ ଅଲି ଖାଁ ପୁଣି ଗୋଟିଏ ପୁତ୍ର ସନ୍ତାନର ପିତାମାତା ହେଲେ

0

ମୁମ୍ବାଇ: ଆଜି ବଲିଉଡ୍ ତାରକା କରୀନା କପୁର ଓ ସୈଫ୍‌ ଅଲି ଖାଁ ପୁଣି ଗୋଟିଏ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି। ଅର୍ଥାତ୍‌ ତୈମୁର୍‌ର ସାନଭାଇଟିଏ ହୋଇଛି। ଭୋର୍‌ ୪.୪୫ ମିନିଟ୍‌ରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ କରୀନା ଏହି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

କରୀନା ଦ୍ୱିତୀୟ ବାର ଅନ୍ତଃସତ୍ତ୍ୱା ହୋଇଥିବା କଥା ୨୦୨୦ ଅଗଷ୍ଟରେ ଜଣାପଡ଼ିଥିଲା। ଏକ ବିବୃତିରେ ସୈଫ୍‌ ଓ କରୀନା କହିଥିଲେ, ଆମ ପରିବାରରେ ଆଉ ଜଣଙ୍କ ଆଗମନକୁ ପ୍ରତୀକ୍ଷା କରୁଥିବା କଥା ଘୋଷଣା କରି ଆମେ ଆନନ୍ଦିତ!! ସ୍ନେହ ଓ ସମର୍ଥନ ଲାଗି ଆମର ସମସ୍ତ ଶୁଭାକାଂକ୍ଷୀମାନଙ୍କୁ ଧନ୍ୟବାଦ

ଆଜି ଏହି ସୁଖବର ଘୋଷଣା କରିଛନ୍ତି କରୀନାଙ୍କ ପିତା ରଣଧୀର କପୁର। ସେ କହିଛନ୍ତି, କରୀନାର ପୁଅଟିଏ ହୋଇଥିବା ଖବର ସତ। ଏହି ସୁସମ୍ବାଦରେ ଆମେ ସବୁ ହର୍ଷୋତ୍‌ଫୁଲ୍ଲିତ। କରୀନା ଦ୍ୱିତୀୟ ସନ୍ତାନ ହୋଇଥିବା ଜାଣି ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌କୁ ଆମେ ଯାଉଛୁ।

ସ୍ମରଣଯୋଗ୍ୟ, ୨୦୧୬ରେ ସୈଫ୍‌ ଓ କରୀନା ସେମାନଙ୍କର ପ୍ରଥମ ସନ୍ତାନ ‘ତୈମୁର୍‌’କୁ ସ୍ୱାଗତ କରିଥିଲେ।

IEC 2 years
Leave A Reply