Odisha news

ଭିନ୍ନକ୍ଷମ ବୃଦ୍ଧା ସରକାରୀ ଯୋଜନାରୁ ବଞ୍ଚିତ

0
ଜମନକିରା,୨୦/୫: ସରକାର ଗରୀବ ଅସହାୟ ତଥା ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନା ତଥା ଭତ୍ତା, ଆବାସ ଗୃହ ଭଳି ବିଭିନ୍ନ ଯୋଜନା କରିଛନ୍ତି ସତ କିନ୍ତୁ ଏହି ଯୋଜନାରୁ ରଇବାରି ମୁଣ୍ଡା ବଞ୍ଚିତ ଥିବା ଦେଖିବକୁ ମିଳୁଛି।
ସୁଚନା ଯେ ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ଗ୍ରାମ ପଞ୍ଚାୟତ କତରକେଳା ଗ୍ରାମର ରଇବାରି ମୁଣ୍ଡା (୭୫) ସ୍ବାମୀ ବାଲେଶ୍ଵର ମୁଣ୍ଡା (୭୮) ପରିବାର କହିଲେ ଦି ଜଣ। ଭଏରବି ଜଣେ ବଧିର ଭିନ୍ନକ୍ଷମ ଅଟନ୍ତି। ଏହା ସହ ସେ ଶାରୀରିକ ଅସସ୍ଥତା ଯୋଗୁ ରୋଗଗ୍ରସ୍ତ ହେଲେ ଏବେ ସେ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ଅଛନ୍ତି। ଦୁଇଟି ଝିଅ ବାହା ହୋଇ ଅନ୍ୟତ୍ର ଘର ସଂସାର କରି ରହୁଛନ୍ତି। ପୁଅ ଗୋଟିଏ ଥିଲା, ମାତ୍ର ରୋଗରେ ପୀଡିତ ହୋଇ ବହୁ ଦିନରୁ ତାର ମୃତ୍ୟୁ ଘଟିଛି।
ଆଗରୁ ସେ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ପାଇଥିଲେ,କିନ୍ତୁ ଦୁଃଖର କଥା ଭତ୍ତା କରିଦେବୁ କହି ସ୍ଥାନୀୟ ଅଙ୍ଗନୱାଡ଼ି ସଭ୍ୟା ତାଙ୍କ ପ୍ରମାଣ ପତ୍ର କୁ ନେଇଥିଲେ, ହେଲେ କିଛିଦିନ ଭିତରେ ହିଁ ସେ ସେହି ପ୍ରମାଣପତ୍ରକୁ ହଜାଇ ଦେଇଥିଲା। ଯାହା ଫଲରେ କି ଏବେ ସେ ସରକାରଙ୍କ ଉନ୍ନତି ମୂଳକ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏପରିକି ସେ ଗରୀବ ପରିବାର ହୋଇଥିଲେ ମଧ୍ୟ ପକ୍କା ଘରଟିଏ ପାଇଁ ବଞ୍ଚିତ ଅଛନ୍ତି। ତାଙ୍କ ଘର ଖଣ୍ଡିଏ ଥିଲା କିନ୍ତୁ ଏବେ କାନ୍ଥ ଗୁଡ଼ିକ ଭାଙ୍ଗିବାକୁ ବସିଥିବାବେଳେ କାନ୍ଥ ପାଚେରୀକୁ ଗଛ ଭରା ଦେଇ ଅଟକେଇ ରଖିଛନ୍ତି। କେତେବେଳେ ଯେ କାନ୍ଥ ପଡ଼ିଯିବ କହି ହେଉନାହିଁ। ଏଣୁ ଏବେ ଗ୍ରାମବାସୀଙ୍କ ଦାବି ହେଉଛି ରଇବାରିଙ୍କୁ ଭିନ୍ନକ୍ଷମ ଭତ୍ତା ସହ ଘର ଖଣ୍ଡିଏ ନିହାତି ଆବଶ୍ୟକ ରହିଛି।
Leave A Reply