Odisha news

୫୭ନମ୍ବର ରାଜ୍ୟ ରାଜପଥରେ ବିପଦ ଶଙ୍କୁଳ ବିଦ୍ୟୁତ୍ ଖୁଣ୍ଟ

0

ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟି ତଥା ନେସ୍କୋ କର୍ମକର୍ତ୍ତାଙ୍କ ଅଦୂରଦର୍ଶୀତା ଫଳରେ ୫୭ନମ୍ବର ରାଜ୍ୟ ରାଜପଥ ତଥା ମୁ୍ୟନିସିପାଲଟିର ନୂଆବଜାର ଜଳେଶ୍ୱର ମହିଳା ମହାବିଦ୍ୟାଳୟ ଛକରେ ୨ଟି ସିମେଣ୍ଟ ପୋଲ ଦୀର୍ଘମାସ ଧରି ଭାଂଗି ବିପଦ ସଂକୁଳ ଅବସ୍ଥାରେ ରହିଛି । ଯେ କୌଣସି ମୁହୂର୍ତ୍ତରେ ଏହି ଖୁଣ୍ଟଦ୍ୱୟର ଅଗ୍ରଭାଗରେ ଥିବା ବିଦ୍ୟୁତ୍ତାର ଶଙ୍ଖ, ଲୁହା ଏଙ୍ଗଲ ରାଜପଥରେ ଖସିପଡିବାର ସମ୍ଭାବନା ରହିଛି । ଏହା ହେଲେ ନାହିଁନଥିବା ଦୁର୍ଘଟଣା ଓ ମୃତାହତ ଘଟିବାର ଆଶଙ୍କା ଦେଖା ଦେଇଛି ।

ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହିପରି ୬୦ ନଂ ଜାତୀୟ ରାଜପଥ ଓ ୫୭ ରାଜ୍ୟ ରାଜପଥ ଆଣ୍ଡରପାସ୍ରେ ଏକ ଲୁହା ପାଇପ ଝୁଲି ରହିଥିବାରୁ ଯେ କୌଣସି ମୁହୁର୍ତ୍ତରେ ଖସିପଡିବାର ସମ୍ଭାବନା ଦେଖା ଦେଇଛି । ପୂର୍ତ୍ତବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ପୂର୍ତ୍ତ ବିଭାଗ କର୍ମକର୍ତ୍ତା ଦୃଷ୍ଟି ଦୋବକୁ ଦାବି ହୋଇଛି ।

Nalco
Leave A Reply