ଜଳେଶ୍ୱର : ଜଳେଶ୍ୱର ସହରର ବଡବଜାରରୁ ନୂଆବଜାର ମଧ୍ୟରେ ରେଳ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏହାର ଡାଇଭରସନ ରୋଡ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ । ଫଳରେ ବର୍ଷା ହେଲେ ଡାଇଭରସନ ରୋଡଟି କାଦୁଅ ପଚପଚ ଓ ଖରା ହେଲେ ଧୂଳି ସର ସର ବାଟୋଇ, ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି ।

ଏହି ରାସ୍ତାକାର୍ଯ୍ୟ ୨୦୧୯ ଡିସେମ୍ବର ମାସରେ ଶେଷ ହେବାକୁ ଥିବା ବେଳେ ଅଦ୍ୟାବଧି କାର୍ଯ୍ୟର ୪୦ଭାଗ ନିର୍ମାଣ ସରିନାହିଁ । କିନ୍ତୁ ଡାଇଭରସନ ରୋଡଟି ପିଚୁ କିମ୍ବା କଂକ୍ରିଟ ହେବାର ନିୟମ ଥିବା ବେଳେ ଅଦ୍ୟାବଧି ତାହା କାଯ୍ୟକାରୀ ହୋଇନାହିଁ ସେଥିନେଇ ଜଳେଶ୍ୱରବାସୀଙ୍କୁ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଛି । ସେହିପରି ଡାଇଭରସନ ରୋଡ ର ଓସାର ଓ ମେଟାଲିଂର ମୋଟେଇ ନେଇ ମଧ୍ୟ ସନେ୍ଦହ ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସରକାର ଜମି ଅଧିଗ୍ରହଣ କରିନଥିବାରୁ ରାସ୍ତାକାର୍ଯ୍ୟ ବିଶେଷ ଅଗ୍ରଗତି କରିପାରୁନାହିଁ ବୋଲି କହିଥିଲେ  ।

LEAVE A REPLY

Please enter your comment!
Please enter your name here