ଔପଦା : ଔପଦା ବ୍ଲକ ଇଶ୍ୱରପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗଦାଧର ବାରିକଙ୍କ ମନମୁଖୀ କାର୍ଯ୍ୟ ଓ ବିଭିନ୍ନ ସରକାରୀ ଯୋଜନାର ଅନିୟମିତତା ବିରୁଦ୍ଧରେ ସରପଞ୍ଚ ,ସମିତି ସଭ୍ୟ ଓ ଓାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ପଞ୍ଚାୟତବାସୀ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ପଞ୍ଚାୟତ କାର୍ଯ୍ୟନ ିର୍ବାହୀ ଅଧିକାରୀ ଶ୍ରୀ ବାରିକ ଅସମାଜିକ ବ୍ୟକ୍ତଙ୍କ ସହିତ ସଂପର୍କ ରଖିବା,ଠିକ ସମୟରେ ଅଫିସ ନଆସିବା,ଅଫିସ କାଗଜ ପତ୍ରକୁ ଦାୟିତ୍ୱରେ ନରଖିବା,ସରକାରୀ ଚିଠି ପ୍ରତ୍ର ସବୁକୁ ସରପଞ୍ଚଙ୍କ ସମେତ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କୁ ନଜାଣାଇବା  ଓ ସରକାରୀ ଯୋଜନାର ଅନିୟମିତତା କରିବା ସଂଙ୍ଗେ ସ୍ୱାଧିନତା ଦିବସରେ ଅଫିସରେ ଉପସ୍ଥିତ ନରହିବା ଇତ୍ୟାଦି ଅଭିଯୋଗରେ ଦର୍ଶାଯାଇଛି ।

ଏହାକୁ ନେଇ ପଞ୍ଚାୟତର ସରପଞ୍ଚ ଅଭୟ ହେମ୍ବ୍ରମଙ୍କ ସମେତ ସମିତି ସଭ୍ୟା ଟୁଟୁଲୁ ମୁର୍ମୁ,ପୁର୍ବତନ ସରପଞ୍ଚ ସନାତନ ଜେନା,ଓାର୍ଡ ସଭ୍ୟ ସଭ୍ୟା ଓ ସମାଜ ସେବୀ ଟୁଟୁ ପାଣୀଗ୍ରହୀ ଏବଂ ପଞ୍ଚାୟତବାସୀ ୫୦ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଅନିୟମିତତାରେ ଲିପ୍ତଥିବା ପିଇଓ ଶ୍ରୀ ବାରିକଙ୍କ ବଦଳି ଦାବୀରେ ଧାରଣାରେ ବସିଥିଲେ । ଏହି ଧାରଣା ସଂପର୍କରେ ସରପଞ୍ଚ ଶ୍ରୀ ହେମ୍ବ୍ରମ କହନ୍ତି ପିଇଓଙ୍କ ଅନିୟମିତତା ସଂପର୍କରେ ପ୍ରଶାସନ ପାଖରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଧାରଣା ଦେବାକୁ ବାଧ୍ୟ ହେଲୁ  । ଦାବୀ  ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବିଡିଓ ସନ୍ତୋଷ କୁମାର ପତିଙ୍କୁ ପଚାରିବାରୁ ଅଭିଯୋଗ ସଂପର୍କରେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇଥିବା କଥା କହିଛନ୍ତି ।

LEAVE A REPLY

Please enter your comment!
Please enter your name here