ଜଳେଶ୍ୱର : ଦେଶରେ କୋଭିଦ୍ ସଂକ୍ରମଣ ଯୋଗୁଁ ପ୍ରବାସୀମାନେ ଜଳେଶ୍ୱରକୁ ଫେରିଥିବା ବେଳେ ପଂଚାୟତର ଟିଏମ୍ସି କେନ୍ଦ୍ର ମାନଙ୍କରେ ଥଇଥାନର ବ୍ୟବସ୍ଥା ହୋଇଥିଲା । ଜଳେଶ୍ବର ବ୍ଲକରେ ରାଜପୁର ପଂଚାୟତ ଟିଏମ୍ସି ବନ୍ଦ ହେବାପରେ ପଂଚାୟତରେ କାର୍ଯ୍ୟଦକ୍ଷତା ଦେଖାଇଥିବା ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଜଳେଶ୍ୱର ସାମ୍ବାଦିକ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇ ଯାଇଛି । ସରପଂଚ ଦିଲ୍ଲୀପ କୁମାର ପରିଡା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ କୋଭିଡ଼୍ କାର୍ଯ୍ୟକ୍ରମ ପାଇଁ ଦଳମତ ନିର୍ବିଶେଷରେ ଏକ କମିଟି ଗଠନ କରାଯାଇଥିଲା ।

ସେହି କମିଟି ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲାଇଫ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଦିପ୍ତିରଂଜନ ସେଠୀ କରୋନା ମହାମାରୀ, ପ୍ରଶାସନିକ ବ୍ୟବସ୍ଥା ଓ ଗାଁ ଟିଏମ୍ସି କେନ୍ଦ୍ରରେ ରହି ପ୍ରବାସୀମାନେ ଶୃଙ୍ଖଳିତ ଭାବେ ଯୋଗ ଓ ମନୋରଂଜନ କାର୍ଯ୍ୟକ୍ରମରେ କିପରି ମାତି ରହିଥିଲେ ସେ ସଂପର୍କରେ କହିଥିଲେ । ଲାଇଫ୍ର ସଂପାଦକ ତ୍ରିଲୋଚନ ଗିରି ପ୍ରତ୍ୟେକ କାର୍ଯ୍ୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରସେôାହନ ଦିଆଗଲେ ସେମାନେ ଅଧିକ କାର୍ଯ୍ୟକରିବାର ମାନସିକତା ସୃଷ୍ଟି ହୁଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାଶଂକର ଭୂୟାଁ, ହରିଶ୍ଚନ୍ଦ୍ର ଭୂୟାଁ, ବିନୋଦ କୁମାର ଭୂୟାଁ, ମଧୁସୂଦନ ଦାସ, ପ୍ରଶାନ୍ତ ପ୍ରଧାନ, ତପୁ ବିଶ୍ୱାଳ, ଶାନ୍ତିଲତା ଖଟୁଆ, ଗଣେଶ ପାତ୍ର, ରବିନାରାୟଣ ମିଶ୍ର, ରାଧାଶ୍ୟାମ ସାହୁ, ଉତ୍ତମ ପାତ୍ର ପ୍ରମୁଖ ଉପସ୍ଥିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here