Odisha news

ବେଆଇନ୍ ବାଣ ଗୋଦାମ ଉପରେ ପୁଲିସର ଚଢାଉ : ଲକ୍ଷାଧିକ ଟଙ୍କାର ବାଣ ଜବତ୍, ୩ ଅଟକ

0

ଜଳେଶ୍ୱର-୦୧/୧୧: ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ପଂଚାୟତର ଶାଳିକୋଠା ଗାଁରେ ଏକ ବାଣ ଗୋଦାମ ରହିଥିବାରୁ ଆଜି ଜଳେଶ୍ୱର ପୁଲିସ୍ ଅତର୍କିତ ଚଢାଉ କରିଛି । ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ନିଦେ୍ର୍ଦଶରେ ଜଳେଶ୍ୱର ଆଇଆଇସି ରଂଜନ କୁମାର ସେଠୀ ଓ ପ୍ରାୟ ୨୦ଜଣ ପୁଲିସ୍ ଆଜି ଦ୍ୱି ପ୍ରହରରେ ଶାଳିକୋଠାସ୍ଥିତ ବାଣଗୋଦାମରେ ପୃଥକ ପୃଥକ ଭାବେ ୩ଟି ସ୍ଥାନରେ ଚଢାଉ କରିଛି । ଗୋଦାମ ମାଲିକ ପ୍ରଫୁଲ୍ଲ ବେହେରା, ସଂଜୟ ଖଟୁଆ, ଅଜୟ ଗିରିଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି । ଜବତ୍ ହୋଇଥିବା ବାଣର ମୂଲ୍ୟ ୨୦ଲକ୍ଷ ଟଙ୍କା ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଥିବା ବେଳେ ଗୋଦାମ ମାଲିକ ୨ଲକ୍ଷ ଟଙ୍କାର ବୋଲି କହିଛି । ପୁଲିସ୍ ସମସ୍ତ ବାଣ ସିଜ୍ କରିବାଲାଗି ୨ଘଣ୍ଟା ନାକେଦମ ହୋଇଥିଲା । କିନ୍ତୁ ଏହି ବାଣ ସେଠାରେ ତିଆରି ହେଉଥିଲା କିମ୍ବା ଅନ୍ୟ କେଉଁସ୍ଥାନରୁ ଅଣାଯାଇଥିଲା ସେ ସଂପର୍କରେ ତଦନ୍ତ କଲେ ଜଣା ପଡିବ ବୋଲି ପୁଲିସ୍ କହିଛି । ପ୍ରକାଶ ଯୋଗ୍ୟ ଗତବର୍ଷ ଉପାନ୍ତ ଭୋଗରାଇ ସୀମାକୁ ଲାଗି ପଶ୍ଚିମବଂଗର ଏକ ବାଣଗୋଦାମ ଘରେ ନିଆଁ ଲାଗିବାରୁ ଲକ୍ଷ ଲକ୍ଷ ଟଙ୍କାର ବାଣ ସହିତ ଘର ପୋଡି ଯାଇଥିଲା । ଏଥିରେ ଓଡିଶାର ୯ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ତେଣୁ ଚଳିତବର୍ଷ ପୁଲିସ ଉପାନ୍ତ ଅଂଚଳ ଗୁଡିକରେ ବାଣ ଦୋକାନ ଗୁଡିକ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିଛି । (ଫୋଟ)

Leave A Reply