Odisha news

କରୋନା ସ୍ଥିତିରେ ଯାଜପୁର ଜିଲ୍ଲା ଭଲରେ ଥିଲେ ମଧ୍ୟ ସଚେତନ ହେବା ଜରୁରୀ : ଜିଲ୍ଲାପାଳ

0

ଯାଜପୁର: ଯାଜପୁର ଜିଲ୍ଲାରେ ପଜିଟିଭ୍ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଅଯଥା ଭୟଭୀତ ନ ହୋଇ ସଚେତନ ରହିବାକୁ ଜିଲ୍ଳାପାଳ ରଂଜନ କୁମାର ଦାସ ଅନୁରୋଧ କରିଛନ୍ତି । ବିଗତ, ମାର୍ଚ୍ଚ ମାସ ଠାରୁ କରୋନା ସୂଚନା ମଳିବା ପରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି ହୋଇଛି । ଲୋକମାନେ ମଧ୍ୟ ବେଶ୍ ସହଯୋଗ କରିଛନ୍ତି । ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ଅଯଥାରେ ବୁଲାବୁଲି ନ କରିବା କ୍ଷେତ୍ରରେ ମଧ୍ୟ ବେଶ ସଫଳତା ମିଳିଛି । ତେଣୁ ସରକାରେୀ ମାର୍ଗଦର୍ଶିକା ଓ ବିଶେଷଜ୍ଞ ମାନଙ୍କ ନିୟମାବଳୀକୁ କଢ଼ାକଢ଼ି ପ୍ରତ୍ୟେକ ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲାାବସୀଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି କରୋନାର ବିଭିନ୍ନକ୍ଷେତ୍ରରେ ଜାତୀୟ ଓ ରାଜ୍ୟ ସ୍ତର ଠାରୁ ମଧ୍ୟ ଜିଲ୍ଲାର ସ୍ଥିତି ବେଶ୍ ଭଲ ରହିଛି । ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ଦୁଇଗୁଣ ହେବାକୁ ୨୨.୧ ଦିନ, ରାଜ୍ୟରେ ୧୪.୯ ଦିନ ଲାଗୁଥିବା ବେଳେ ଯାଜପୁର ଜିଲ୍ଲାରେ ଏହା ତବଲ ହେବାକୁ ଲାଗୁଛି ୪୯.୨ ଦିନ । ଦେଶରେ ସୁସ୍ଥତା ହାର ୬୫.୯ ଭାଗ ଥିବା ବେଳେ ଓଡ଼ିଶାରେ ୬୨.୪ ଓ ଯାଜପୁର ଜିଲ୍ଲାରେ ୮୫.୦୭ ଭାଗ ରହିଛି । ସେହିପରି କରୋନା ଜନିତ ମୃତୁୃ୍ୟ କ୍ଷେତ୍ରରେ ଦେଶରେ ୧.୯ ଭାଗ ଥିବା ବେଳେ ରାଜ୍ୟ ୦.୫ ଭାଗ ଓ ଯାଜପୁର ଜିଲ୍ଲାରେ ୦.୧ ଭାଗ । ତେଣୁ ସାର୍ବଜନୀନ ଭାବେ ଜିଲ୍ଲା ଭଲ ସ୍ଥିତିରେ ରହିଥିଲେ ମଧ୍ୟ ଆମକୁ ଆହୁରି ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀଦାସ କହିଛନ୍ତି ।

Leave A Reply