ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପପାଇବାରେ ଲାଗିଛି ସୋମବାର ୫୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବିଞ୍ଝାରପୁର ବ୍ଲକରେ ୧୯ ଜଣ, ଯାଜପୁର ବ୍ଲକରେ ୧୧ ଜଣ, ବରୀ ବ୍ଲକରେ ୧୦ ଜଣ, ଯାଜପୁର ରୋଡ଼ର ୬ ଜଣ, କୋରେଇ ବ୍ଲକରେ ଜଣେ ଓ ଯାଜପୁର ମେଡ଼ିକାଲ ପରିସରରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିବାର ଜଣାପଡ଼ିଛି । ବିଞ୍ଝାରପୁର ବ୍ଲକର ୧୯ ଜଣ ମଧ୍ୟରୁ ଦିଲ୍ଲୀରୁ ୫ ଜଣ, କୋଲକତାରୁ ୫ଜଣ, ହାଇଦ୍ରାବାଦରୁ ୫ ଜଣ, ଉତ୍ତରପ୍ରଦେଶରୁ ଜଣେ, ଝାଡ଼ଖଣ୍ଡରୁ ଜଣେ ଫେରନ୍ତା ।
ଯାଜପୁର ବ୍ଲକରୁ ୧୧ ଜଣ ମଧ୍ୟରୁ ତେଲଙ୍ଗାନାରୁ ୪ ଜଣ, କୋଲକତାରୁ ୩ଜଣ, କର୍ଣ୍ଣାଟକରୁ ୩ ଜଣ ଓ ମହାରାଷ୍ଟ୍ରରୁ ଜଣେ ଫେରନ୍ତା । ବରୀ ବ୍ଲକରୁ ୧୦ ଜଣ ମଧ୍ୟରୁ ତେଲାଙ୍ଗାନା ୨ଜଣ, କୋଲକତାରୁ ୨ଜଣ, କର୍ଣ୍ଣାଟକରୁ ୨ଜଣ, ହରିଆନାରୁ ଜଣେ, କହୁଏତରୁ ଜଣେ, ଆବୁଧାବିରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରନ୍ତା । ଯାଜପୁର ରୋଡ଼ରୁ ୬ଜଣ ମଧ୍ୟରୁ ବହିହାରୁ ୩ ଜଣ ଓ ପୋଡ଼ଷୀ ରାଜ୍ୟରୁ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ମେଡ଼ିକାଲ ପରିସରରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ବୃଦ୍ଧି ପାଉଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
