Odisha news

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧା ଏସଡିଏମ ଭଞ୍ଜନଗର

0

ଭଞ୍ଜନଗର – କରୋନାରେ ସଂକ୍ରମିତ ହୋଇଥିବା ଭଞ୍ଜନଗର ସବଡିଭିଜନର ଆଗଧାଡିର କରୋନା ଯୋଦ୍ଧା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଇତିମଧ୍ୟରେ ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପଜିଲ୍ଲାପାାଳ ମିଞ୍ଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ଜଣେ ଆଗଧାଡିର କରୋନା ଯୋଦ୍ଧା ଯିଏକି ସୁସ୍ଥ ହେବା ସଂଗେ ସଂଗେ ପୁଣିଥରେ ନିଜ କାର୍ଯ୍ୟରେ ଯୋଗଦେଇ କରୋନା ସଂକ୍ରମଣ ଦୂର ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତିବୋଲି ଜିଲ୍ଲାପାଳ ତାଙ୍କ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେବାପରେ ନିଜ ପ୍ରତିକି୍ରୟାରେ ସାଧାରଣ ଜନତା ଏଭଳି ଏକ ମହାମାରୀକୁ ନେଇ ଆଦୌ ଭୟଭୀତ ନହେବାକୁ ଅପିଲ କରିଛନ୍ତି । କାରଣ ଅନ୍ୟ ଭାଇରସ ଭଳି କରୋନା ଭାଇରସ ଲୋକଙ୍କ ଦେହରେ ପ୍ରବେଶ କରିଥାଏ । ତେବେ ସେଭଳି ଲକ୍ଷଣ ଆରମ୍ଭ ହେବା ବିଶେଷ କରି ଥଣ୍ଡା, ଜ୍ୱର, କାଶ ଭଳି ସମସ୍ୟା ଦେଖାଦେଲେ ତୁରନ୍ତ କରୋନା ଟେଷ୍ଟ କରାଯିବା ଉଚିତ ।

ନିଜ କ୍ଷେତ୍ରରେ ସେଭଳି କିଛି ସମସ୍ୟା ଦେଖି ସେ କରୋନା ଟେଷ୍ଟ କରିଥିଲେ । ଆଉ ପଜିଟିଭ୍ ବାହାରିବାପରେ ସରକାରଙ୍କ ଗାଇଡ ଲାଇନ୍ ମାନି ଔଷଧ ସେବନ କରିବାସହ ହୋମ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଫଳରେ ସେ ଖୁବଶୀଘ୍ର ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦାନ କରିପାରିଲେବୋଲି ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି । ଯଦି ଆମେ ରୋଗକୁ ଲୁଚାଇବା ଓ ଔଷଧ ନଖାଇବା ତେବେ ଏହା ସଂକ୍ରମିତ ବ୍ୟକ୍ତିଙ୍କୁ ଗୁରୁତର କରିପକାଏ । ଆଉ ଶେଷରେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥାଏ । ଯଦି ଆରମ୍ଭରୁ ଏହାର ଉଚିତ ଚିକିତ୍ସା କରାଯାଏ । ସଂକ୍ରମିତ ଚିହ୍ନଟ ହୋଇ ସରକାରୀ କୋଭିଡ କେର ସେଣ୍ଟରକୁ ଆସି ସରକାରଙ୍କ ଚିକିତ୍ସାସେବା ନିଅନ୍ତି ତେବେ ମାତ୍ର ୭ରୁ ୧୦ ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥାନ୍ତି । ଅନେକ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି । ଏଣୁ କରୋନା ଭାଇରସକୁ ରୋକିବାକୁ ହେଲେ ଆମକୁ ସମସ୍ତ ସରକାରୀ ଗାଇଡ ଲାଇନ ମାନିବା ନିହାତି ଜରୁରୀବୋଲି ଫ୍ରଣ୍ଟ ଲାଇନ୍ କୋଭିଡ ଯୋଦ୍ଧା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସାଧାରଣ ଲୋକଙ୍କ ଉଦେ୍ଦଶ୍ୟରେ ଉଲ୍ଲେଖ କରିଛନ୍ତି ।

Nalco

Leave A Reply