Odisha news

ଉନ୍ନତ ଜନସେବା ପାଇଁ ୧୯ଜଣଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ

0

ଯାଜପୁର  : ରଜ୍ୟ ସରକାର ବିଭିନ୍ନ ବିଭାଗରେ ସ୍ୱଚ୍ଛତା , ତ୍ୱରିତ ସମୟ ଉପଯୋଗୀ ସେବା ଯୋଗାଇ ଦେବା ପାଇଁ ୫ଟି ଓ ମୋ ସରକାର ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ତାହାରି ଆଧାରରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ସାଧାରଣ ଲୋକମାନଙ୍କୁ ଉନ୍ନତମାନର ସେବା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କିଛି ସରକାରୀ କର୍ମଚାରୀ ସେମାନଙ୍କ ଅବଦାନକୁ ପ୍ରୋତ୍ସାହିତ ଓ ସାମାଜିକ ସ୍ତରରେ ସ୍ୱୀକୃତି ପ୍ରଦାନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଅଭିନବ ଉଦ୍ୟମ, ଉକ୍ରୃଷ୍ଟ ସେବା ଯୋଗାଇ ଦେଇଥିବା ଅଧିକାରି ଓ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜାତୀୟ ଦିବସମାନଙ୍କରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଗୃହ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟଶଂଙ୍କର ମିଶ୍ର ୧୯ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବାଳାଶ୍ରମ ପଡିଆଠାରେ ସମ୍ମାନିତ କରିଥିଲେ । ଟିମ୍ ଓାର୍କ ମାଧ୍ୟମରେ ଜନସେବାକୁ ଅଧିକ ଫଳ ପ୍ରସ୍ତୁତ କରିଥିବାରୁ ତହସିଲ କାର୍ଯ୍ୟାଳୟ ଧର୍ମଶାଳାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ନାୟକ, ତହସିଲଦାର ରସୁଲପୁର ଜ୍ୟୋତିକାନ୍ତ ଭୂଜବଳ, ଅବକାରୀ ଅଧିକ୍ଷକ ଯାଜପୁର ରଜତ କୁମାର ପ୍ରହରାଜ,ଯାଜପୁର ଥାନାଧିକାରୀ ଆଶିଷ କୁମାର ସାହୁ, କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ,ସହକାରୀ ଜିଲ୍ଲାପାଳ ଯାଜପୁର ଅନୂପ କୁମାର ବେହେରା, ମେଡିକାଲ ଅଫିସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଙ୍ଗଳପୁର ଉମାକାନ୍ତ ମଲିକ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦଶରଥପୁର ବ୍ଲକର ମଞ୍ଜୁଳା ରଥ,ଉପବିଭାଗୀୟ ଅଧିକାରୀ ସଂସ୍ଥା ବିଭାଗ ଯାଜପୁର ଅଲେଖ ମହାରଣା , ଅଙ୍ଗନବାଡି ସୁପରଭାଇଜର ଦାନଗଦୀ ବ୍ଲକ ନନ୍ଦିନୀପ୍ରଭା ଲେଙ୍କା, ଷ୍ଟାଫ ନର୍ସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଜପୁର ଆଲିମ ଖୁସ୍ବୁ ଲିକ୍ରା, ସଂଯୋଜକ ଜୀବିକା ମିଶନ ସୁକିନ୍ଦା ବ୍ଲକ ଆଲୋକ ରଂଜନ ବେହେରା, ରାଜସ୍ୱ ନୀରିକ୍ଷକ ବନ୍ଦାଳୋ ସରକଲ ଦର୍ପଣ ତହସିଲ ଅମୂଲ୍ୟ ଦାସ, ଅତିରିକ୍ତ ପ୍ରୋଗ୍ରାମ ଅଫିସର ଯାଜପୁର ବ୍ଲକ ଅମ୍ରିତା ଦାସ, ପ୍ରଧାନଶିକ୍ଷକ ରଘୁନାଥ ଉଚ୍ଚ ବିଦ୍ୟାଳୟ ଦାମୋଦରପୁର କୃତ୍ତିବାସ ସାହୁ , ପ୍ରଧାନ ଶିକ୍ଷୟତ୍ରୀ ହରିପୁର ପ୍ରାଥମିକ ବିଦ୍ୟାଳୟ ରସୁଲପୁର ଗାୟତ୍ରୀ ନାୟକ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାନଗଦୀ ବ୍ଲକ କପିଳ ଚରଣ ସାମଲ, ଚତୁର୍ଥ ଶ୍ରେଣୀ କର୍ମଚାରୀ ,ନିର୍ବାଚନ ବିଭାଗ ଯାଜପୁର ସୁବାଷ ପଣ୍ଡା, ପ୍ରୋପ୍ରାଇଟର ଶଙ୍କର ଚିତ୍ରାଳୟ ଯାଜପୁର ଶଙ୍କର ସାହୁ, ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୁଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply