ରଣପୁର ; ରାଜ୍ୟସରକାର ଶିକ୍ଷାର ଗୁଣ ମାନ ବୃଦ୍ଦି କରିବାପାଇଁ ପ୍ରତି ବ୍ଲକରେ ସିବିଏସି ପ୍ରାଣାଳୀରେ ଆଦର୍ଶ ବିଦ୍ୟାଳୟ ଖୋଲିବାପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଚଳିତ ବର୍ଷ ଷଷ୍ଠ ରୁ ଅଷ୍ଟମ ପରିବର୍ତେ କେବଳ ଷଷ୍ଠ ଶ୍ରେଣୀ ପାଇଁ ଆବେଦନ ପତ୍ର ଗ୍ରହଣ କକରୁଥିବାରୁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଖବର ନେବାରେ ଜଣାଯାଏ ରଣପୁର ବ୍ଲକର ସାନଗଡ ନିକଟରେ ଏବେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଇତି ମଧ୍ୟରେ ରାଜ୍ୟସରକାର ଆଦର୍ଶ ବିଦ୍ୟାଳୟ ପାଇଁ ଆବେଦନ ପତ୍ର ଅନଲାଇନ୍ ରେ ଗ୍ରହଣ କରାଯାଉଛି କିନ୍ତୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବେଦନ ପତ୍ର ଗ୍ରହଣ କରିବା ପରିବର୍ତେ କେବଳ ଷଷ୍ଠ ଶ୍ରେଣି ପାଇଁ ଆବେଦନ ପତ୍ର ଅନଲାଇନ୍ ରେ ଗ୍ରହଣ କରାଯାଉଥିବାରୁ ରଣପୁର ରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସପ୍ତମ ଓ ଅଷ୍ଟମ ଶ୍ରେଣୀ ଏକା ସଙ୍ଗେ ଖୋଲିଲେ ବହୁ ମେଧାବି ଛାତ୍ର ଛତ୍ରୀ ଉପକୃତ ହୋଇପାରିବେ । ଏଥିନେଇ ରଣପୁର ର ଅଭିଭାବକ ମାନେ ସପ୍ତମ ଓ ଅଷ୍ଟମ ଖୋଲିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ , ଗଣଶିକ୍ଷା ମନ୍ତ୍ରୀ , ଗଣଶିକ୍ଷା ସଚ୍ଚିବ ଙ୍କୁ ରଣପୁର ରେ ଏକା ସଙ୍ଗେ ରେ ଷଷ୍ଠ ରୁ ଅଷ୍ଟମ ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।