Odisha news

କିଡିନୀ ପିଡିତାଙ୍କୁ ସହାୟତାର ହାତ ବଢାଇଲେ ମହିଳା ସମାଜସେବୀ ।

0

ଗୋପ,  ଜଣେ କିଡିନୀ ପିଡିତାଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ମହିଳା ସମାଜେବୀ ।ପୁରୀ ଜିଲ୍ଲା ଗୋପ ବ୍ଲକ ବୀରତୁଙ୍ଗ ପଞ୍ଚାୟତ ଗିରିମା ଗ୍ରାମର ଅମୀୟ ମହାନ୍ତି ଦୀର୍ଘ ୨ବର୍ଷରୁ ଉର୍ଦ୍ଧ ହେଲା କିଡିନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ନିଜର ସର୍ବସ୍ୱ ହରାଇ ଏବେ ଘରେ ଭଗବାନଙ୍କୁ ଭରସା କରି ପଡିରହିଛନ୍ତି । ତେବ ଏନେଇ ଗଣମାଧ୍ୟମରେ ମୁଖ୍ୟ ଶିରନାମା ପାଲଟିଥିବା ବେଳେ ଆଜି ଖବର ପାଇ ଜଣେ ସହୃଦୟବାନ ମହିଳା ସମାଜସେବୀ କସ୍ତୁରୀବାଳା ସ୍ୱାଇଁ ଗିରିମା ଗ୍ରାମରେ ପହଞ୍ଚୀ ସହାୟତାର ହାତ ବଢାଇଛନ୍ତି । ସମାଜସେବୀ କସ୍ତୁରୀବାଳାଙ୍କ ଆଜି ଜନ୍ମଉତ୍ସଵ ଥିବା ବେଳେ ବିଭିନ୍ନ ଗଣ ମାଧ୍ୟମରୁ ଖବରପାଇ କସ୍ତୁରୀ ବାଳା ନିଜ ଜନ୍ମ ଦିନକୁ ପାଳନ ନକରି କିଡିନୀ ରୋଗୀ ଅମୀୟଙ୍କ ଘରେ ପହଞ୍ଚô ତାଙ୍କ ପରିବାରକୁ ଆଶ୍ୱସନା ଦେବା ସହ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତ । ରାଜ୍ୟସରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ବିଭିନ୍ନ ଯୋଜନା ପ୍ରଣୟନ କରି ସ୍ୱାସ୍ଥ୍ୟସେବା ସଠିକଭାବେ ଯୋଗାଇ ଦେଉଥିବା ଡିଡିମ ପିଟୁଥିବା ବେଳେ ବାସ୍ତବରେ ଏହି କିଡିନୀ ରୋଗୀ ଅମୀୟ ସରକାରୀ ସହାୟତା ପାଇଁ ସରକାରୀ ଦପ୍ତରକୁ ଦୌଡି ଦୌଡି ଶେଷରେ ନିରାସ ହୋଇ ଭଗବାନଙ୍କ ଭରଷାରେ ପଡିରହିଛି । ଆଜି ମହିଳା ସମାଜସେବୀ କସ୍ତୁରୀ ବାଳା ପହଞ୍ଚୀ ସହାୟତାର ହାତ ବଢାଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସାଧୁବାଦ ଜଣାଇ ଦିଆଯାଇଛି ।

Nalco

Leave A Reply