ଜଗତସିଂହପୁର : -ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏବେ ପ୍ରଶାସନର ଚିନ୍ତା ବଢିଛି ।ପ୍ରତ୍ୟେକ ଦିନ କିଛି ନା କିଛି ପ୍ରବାସୀ ଓଡିଆ ଜିଲ୍ଲାକୁ ଆସୁଛନ୍ତି ।ଗତକାଲି ୩୯ ଜଣ ପ୍ରବାସୀ ଓଡିଆ ଜିଲ୍ଲାକୁ ଫେରିଛନ୍ତି ।ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୩୬ ଜଣ,ରାଜସ୍ଥାନରୁ ୧,କଲିକତାରୁ ୫,ଆନ୍ଧ୍ର ପ୍ରଦେଶରୁ ୪,ମହାରାଷ୍ଟ୍ରରୁ ୮,ଝାଡଖଣ୍ଡରୁ ୧,ତାମିଲନାଡୁରୁ ୧,ପୁଡୁଚେରୀରୁ ୨ ଓ ଅନୁଗୁଳରୁ ୧ ରହିଛନ୍ତି ।ସେମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରଳା ଦେବୀ କଲ୍ୟାଣ ମଣ୍ଡପକୁ ନିଆଯାଇ ରକ୍ତ ନମୁନା ଓ ସ୍ୱାବ ନିଆଯାଇ ନିଜ ନିଜ ଅଞ୍ଚଳର କ୍ୱାରେନଟାଇନ ସେଣ୍ଟରକୁ ପଠାଇ ଦିଆଯାଇଥିଲା ।
ଜିଲ୍ଲାରେ ଗତକାଲି ସୁଦ୍ଧା ବିଭୀନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୫୪୨ଟି ଶର୍ଯ୍ୟା ବ୍ୟବସ୍ଥା ସଂପୁର୍ଣ୍ଣ ହୋଇଛି ।ସେଥି ମଧ୍ୟରୁ ଗ୍ରାମାଞ୍ଚଳରେ ୯୪୩୨ ହୋଇଥିବା ବେଳେ ସହରାଞ୍ଚଳରେ ୧୧୦ଟି ଶର୍ଯ୍ୟା ପ୍ରସ୍ତୁତ କରାଯାଇଛି ।ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡିଆ ମାନଙ୍କର ଗତକାଲି ସୁଦ୍ଧା ମୋଟ ୧୧୪୬ ସ୍ୱାବ ସଂଗୃହୀତ ହୋଇଥିବା ବେଳେ ସେଥି ମଧ୍ୟରୁ ୯୮୩ଟି ନେଗେଟିଭ ଓ ୫ଟି ପଜିଟିଭ ବାହାରିଛି ।ବାକି ଅନ୍ୟ ୧୫୮ଟିର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ସେଥି ମଧ୍ୟରୁ ଗତ ୬ ତାରିଖରେ ଜିଲ୍ଲାକୁ ଆସିଥିବା ୩୩ ଜଣ
ଗୁଜୁରାଟ,ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ,ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ ଫେରିଥିବା ପ୍ରବାସୀ ଓଡିଆଙ୍କ ରକ୍ତ ନମୁନା ଓ ସ୍ୱାବ ନେଗେଟିଭ ଆସିଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।ସେହିପରି ଆଜି ଶୁକ୍ରବାର ଜଗତସିଂହପୁର ଜିଲ୍ଲାକୁ ୯୭ ଜଣ ପ୍ରବାସୀ ଓଡିଆ ଆସିଥିବା ଜିଲ୍ଲା ସୁଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।
ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକ ଓ ମ୍ୟୁନିସପାଲଟିରୁ ମିଶି ୨୯ ଜଣ,ଏରସମା ୨୦,ତିର୍ତ୍ତୋଲ ୧୭,କୁଜଙ୍ଗ ୫,ବାଲିକୁିଦା ୭,ରଘୁନାଥପୁର ୪,ନାଉଗାଁ ୧୨,ବିରିଡି୧ଜଣ ହୋଇଥିବା ବେଳେ ଏସଭିଏମ କଲେଜରେ ୨ ଜଣ ରହିଥିବା ସୁଚନା ମିଳିଛି ।