Odisha news

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ 

0
ଜଗତସିଂହପୁର :   ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ପ୍ରଥମେ ଆଗାମୀ ନିର୍ବାଚନ କୁ ଆଖିରେ ରଖି ଜଗତସିଂହପୁର -କନ୍ଦରପୁର ରାସ୍ତା ଏବଂ ଦୋଛକି ରୋଡ ର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା କୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଘଟଣା ରୋକିବା ପାଇଁ ଏନଫୋର୍ସମେଣ୍ଟ ଦରକାର, ଏଥିପାଇଁ  ସେ ପୋଲିସ ଓ ପରିବହନ ବିଭାଗ କୁ ଆହୁରି ସଜାଗ ହୋଇ ଆଇନ ର ଉପଯୋଗ  କରିବାକୁ ପରାମର୍ଶ ଦେଇଥିଲେ।ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଓ ଡ୍ରୀଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ।ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା   ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଭୂତମୁଣ୍ଡାଇ ରୁ ଅଠରବାଙ୍କୀ ରାସ୍ତାରେ ଭାରୀଯାନ ଚଳାଚଳ ର ସ୍ପୀଡ ଲିମିଟ କମ୍ କରାଯାଇଛି ଓ ଏଥିପାଇଁ ଭରତରଡିଆ (ଭୂତ ମୁଣ୍ଡାଇ )ନିକଟରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେସନ (ATS) ର ଗଠନ ର ପ୍ରସ୍ତାବ ଦିଆଯାଇଛି ଯାହା ଗାଡି ମାନଙ୍କୁ ଟ୍ରାନ୍ସପୋର୍ଟ କମିଶନ, ଓଡିଶା, ଙ୍କର ଫିଟନେସ ପ୍ରମାଣପତ୍ର ପ୍ରଦାନ କରିବ ବୋଲି ସୂଚନା ଦେଇଥିଲେ ଆଞ୍ଚଳିକ ପରିବହନ ଅଧିକାରୀ। ।ଭୂତମୁଣ୍ଡାଇ ରୁ ପାରାଦ୍ଵୀପ ରାସ୍ତା ରେ ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ରହିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇ ଥିଲା। ରାସ୍ତାର ବ୍ଲାକ ସ୍ପଟ ଚିହ୍ନଟ ଏହାର ପ୍ରତିକାର, ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା,ଟ୍ରାଫିକ ମ୍ୟାନେଜମେଣ୍ଟ, ଜଗତସିଂହପୁର ପୌରାଞ୍ଚଳ ର ମୁଖ୍ୟ କେନାଲ ଉପରେ ପାର୍କିଂ ବା ଗିଭ ଓ୍ବେ ର ସାଇନେଜ  ଲଗାଇବା,ବୁଲାପ୍ରାଣୀ ସମସ୍ୟା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା।  ଗୁଡ଼ ସମାରିଟାନ ଭାବେ ସୁରେଶ କୁମାର ବାରିକ, ସତ୍ୟବ୍ରତ ପରିଡା, ସୁଦର୍ଶନ ଦାଶ, ଏସ୍ କେ ରିୟାଜ ଉଦ୍ଦିନ, ସୁଦର୍ଶନ ମଲ୍ଲିକ ଓ ସଂଗ୍ରାମ କିଶୋର ପଟ୍ଟନାୟକ ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ପ୍ରକାଶ ଥାଉକି, ଜିଲ୍ଲା ରେ ଏଯାବତ ୩୧ ଜଣ ବ୍ଯକ୍ତିଙ୍କୁ ଗୁଡ଼ ସମାରିଟାନ ଭାବେ ସମ୍ମାନୀତ କରାଯାଇଛି। ଜିଲ୍ଲା ରେ ୪୦ ଜଣ ଙ୍କୁ ରକ୍ଷକ ପ୍ରୋଗ୍ରାମ ରେ ଟ୍ରେନିଂ ପାଇଁ ଗତ ଜାନୁଆରୀ ୭ ତାରିଖରେ ପୁରସ୍କୃତ କରାଯାଇଛି ।ଆହୁରି ମଧ୍ଯ ଆଇ ଆର ଏ ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ଯ୍ୟକାରିତା ସହିତ ଜିଲ୍ଲା ରେ ଦୁର୍ଘଟଣା ପ୍ରବଣ  ସ୍ଥାନ ରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଗେଟ୍ ଗୁଡିକୁ ଚିହ୍ନଟ କରି ରି ଲୋକେସନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଓ ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କମିଟି ର ବୈଠକ ଅନୁଷ୍ଠିତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ  ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ର ଅଧୀକ୍ଷଣ ଯନ୍ତ୍ରୀ, ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply