Odisha news

୬୫୦ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

0
କେନ୍ଦୁଝର : ଘସପୁରା ବ୍ଲକ ରେକୁଟିଆ କୁଶଳେଶ୍ଵର ମହାବିଦ୍ୟାଳୟର ପରିସରରେ ଆଜି ଏକ ମେଗା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘଷିପୁରା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଶୁଭକାନ୍ତ ଜେନା ଏବଂ ଜିଇପିଓ ପଙ୍କଜ କୁମାର ସାହୁଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ଦେଇ ୮ଟି ପଞ୍ଚାୟତର ୬୫୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏଥିରେ ତରିମୁଳରୁ ୮୯,ଦରିଡିପାଳରୁ ୧୨୩ଜଣ ଦେଓଗାଁରୁ ୧୨୫,କେଶଦୁରାପାଳରୁ୫୫, ରାଧିକାଦେଇପୁରରୁ୭୯,ସାମୁକାନେଣ୍ଡିରୁ୨୮,ଭଣ୍ଡାରିଡିହାରୁ୧୦୭,ଜଣ ଏଭଳି ୮ଟି ପଞ୍ଚାୟତରୁ ମୋଟ ୬୫୦ଜଣ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଥିଲା। କେନ୍ଦୁଝର ଜିଲ୍ଲାରେ ସବୁଠାରୁ ଅଧିକ ଏବଂ ଘଷିପୁରା ବ୍ଲକରେ ମୋଟ ୨୨୦୧ଜଣଙ୍କ ପାଇଁ ଭତ୍ତା ପ୍ରଦାନ କରାଯିବ ବୋଲିି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶୁଭକାନ୍ତ ଜେନା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ପିଆଇଓ,ଜିଆର ଏସ୍ ଏବଂ ଗ୍ରାମର ମୁରବି  ସହ ସମାଜସେବୀ ଉପସ୍ଥିତ ରହି ଭତ୍ତା ବଣ୍ଟନରେ ସହଯୋଗ କରିଥିଲେ।
Nalco
Leave A Reply