Odisha news

ଶ୍ରୀ ଗଜାନନଙ୍କ କଳସ ସ୍ଥାପନା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ

0

ଗଣେଶ ପୂଜା ସମୟରେ ଗଣପତି ଙ୍କ ସ୍ଥାପନା କେବଳ ମୂର୍ତି ରଖିଦେଲେ ହୋଇ ଯାଏନାହିଁ , ଗଣପତି ଙ୍କ ପୂଜା ସମ୍ପୂର୍ଣ ବିଧି ରେ କରିବା ଜରୁରୀ, ପ୍ରଥମେ ସ୍ଥାନ କୁ ଶୁଦ୍ଧି , ଆସନ ସୁଧୀ, କଳସ ପୂଜନ, ସଂକଳ୍ପ ଓ ଏହାପରେ ଗଣପତି ଙ୍କୁ ଆବାହନ କରିବା ଆବଶ୍ୟକ l କଳସ ସ୍ଥାପନାକୁ ପୂଜାରେ ଦେବତା ଓ ପବିତ୍ର ନଦୀ ମାନଙ୍କ ଆଧାର ଭାବରେ ଗ୍ରହଣ କରାଯାଇଥାଏ l ତେଣୁ ଗଣେଶ ପୂଜନ ସମୟରେ କଳସ ସ୍ଥାପନା ମଧ୍ୟ ସ୍ୱତନ୍ତ୍ର ବିଧି ରେ କରିବା ଆବଶ୍ୟକ l

* ଗଣପତି ଙ୍କ ନିକଟରେ ତମ୍ବା କିମ୍ବା ମାଟି କଳସ ସ୍ଥାପନା କରିବା ଶୁଭ ଅଟେ , ମାଟି ପବିତ୍ର ଓ ପିତଳ ଗ୍ରହ ଖଣ୍ଡନ ବସ୍ତୁ ଅଟେ l

* ଏହି କଳସ ରେ ଶୁଦ୍ଧ ଜଳ ଭରି ସେଥିରେ ଅକ୍ଷତ ବା ଚାଉଳ, ଗୁଆ, ଦୁବ, ହଳଦୀ, ଗଙ୍ଗାଜଳ , ସିନ୍ଦୁର ଇତ୍ୟାଦି ମିଶାଇବା ଜରୁରୀ, ଏହାଦ୍ୱାରା ଜୀବନରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ l

* କଳସ ଉପରେ ୭ଟି ଆମ୍ବପତ୍ର ଥିବା ଆମ୍ବ ଡାଳ ରଖି ନିଅନ୍ତୁ ଏବଂ ଏହି ଆମ୍ବ ଡାଳରେ ଗଣପତି ଙ୍କୁ ସ୍ମରଣ କରି ଚନ୍ଦନ ସିନ୍ଦୁର ଲଗାଇବା ଜରୁରୀ ଅଟେ , ଏହାପରେ ଗୋଟିଏ ନାଲି କପଡା ରେ ନଡ଼ିଆ କିମ୍ବା ପଇଡ଼ ଟିଏ ଗୁଡ଼ାଇ ନେଇ କଳସ ଉପରେ ରଖିବା ଜରୁରୀ, ଯାହାକି ସୁଖ , ସମୃଦ୍ଧି ର ପ୍ରତୀକ ଅଟେ l

* କଳସ ଉପରେ ପାନପତ୍ର , ଦୁବ, ବରକୋଳି ପତ୍ର ଦେବାକୁ ଆଦୌ ଭୁଲିବେ ନାହିଁ, ଏବଂ କଳସ କୁ ପଇତା ଅର୍ପଣ କରିବା ଶୁଭ ଅଟେ l

* ଗଣପତି ଙ୍କର ଦୁବ ଘାସ, ନାଲି ଫୁଲ ଓ ମୋଦକ ଖୁବ ପ୍ରିୟ ଅଟେ, ତେଣୁ ଏହି ୩ଟି ବସ୍ତୁ ନିହାତି ଅର୍ପଣ କରନ୍ତୁ l

Nalco
Leave A Reply