Odisha news

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ : ତା ପରେ …

0
ଜଗତସିଂହପୁର : ଜଗତସିଂହପୁର ଥାନା ପଲି ଗାଁରେ ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରକୁ  ବୋମା ମାଡ଼  ହୋଇଛି। ବୋମା ମାଡ଼ରେ ଜଣେ ଆହତ ହୋଇଛନ୍ତି । ଆହତ  ଯୁବକ ବଡ଼ ଢେଢିଲୋ ଗାଁର ପ୍ରଭାତ ଗାଆଣ  ବୋଲି ଜଣାଯାଉଛି । ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗାଁ ନିକଟସ୍ଥ ପୋଖରୀ ହୁଡାରେ ପ୍ରଭାତ ବସିଥିବା ବେଳେ  ନିକଟସ୍ତ ଗାଁର ଅନ୍ୟ ଜଣେ ଯୁବକ ତାର କିଛି  ସହଯୋଗୀଙ୍କ ସହ  ଦୁଇଟି ବାଇକରେ ଆସି ପ୍ରଭାତ ଉପରକୁ ଦୁଇଟି ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ।
  ବୋମା ମାଡ଼ରେ ଆହତ ଯୁବକଙ୍କୁ  ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୋବାଇଲରେ ଖରାପ ମେସେଜ ପଠାଇବା ଘଟଣାକୁ ନେଇ ପୂର୍ବରୁ ଉଭୟ ଯୁବକଙ୍କ ମଧ୍ୟରେ ମାରପିଟି ହୋଇଥିଲା । ପୂର୍ବ ରାଗରେ ଏପରି ଘଟଣା ଘଟାଇ ଥିବାର ଆହତ ପ୍ରଭାତର ଭାଇ କହିଛନ୍ତି । ଖବର ପାଇବା ପରେ ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Leave A Reply