Odisha news

ପ୍ରକୃତ ହିତାଧିକାରୀ ଙ୍କୁ ମିଳୁନି ସରକାରୀ ସହାୟତା, ବିଡ଼ିଓ ଙ୍କୁ ମୌଖିକ ଅଭିଯୋଗ

0

ଜଗନ୍ନାଥ ପ୍ରସାଦ:4/1 :  ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମସ୍ତ ସରକାରୀ ଯୋଜନାକୁ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ପଞ୍ଚାୟତ ସ୍ତରରୁ କର୍ମଚାରୀ ନିୟୋଜିତ ରହିଛନ୍ତି। ତେବେ ଅନେକ ସମୟରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବାରୁ ଏକାଧିକ ଅଭିଯୋଗ ଆସୁଛି । ଏଭଳି ଏକ ଚିତ୍ର ପୁଣି ଲୋକଲୋଚନକୁ ଆସିଛି। ଘଟଣାଟି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ଗ୍ରାମପଞ୍ଚାୟତର। ଗେରେଡା ଗ୍ରାମପଂଚାୟତ ର ପୂର୍ବତନ ସମିତି ସଭ୍ୟ ସତ୍ୟଶୋଭନ ରଥ ଙ୍କ ନେତୃତ୍ୱ ରେ ଆଜି ଗ୍ରାମ ର ବହୁ ଯୁବକ ଓ ସମାଜ ସେବି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ ପଣ୍ଡା ଙ୍କୁ ମିଶି ଗ୍ରାମ ରେ ପ୍ରକୃତ ହିତାଧିକାରୀ ଙ୍କୁ ସରକାରୀ ସହାୟତା ମିଳିପାରୁନାହିଁ ଓ ଯେଉଁମାନେ ପ୍ରକୃତ ହିତାଧିକାରୀ ନୁହନ୍ତି ସେମାନେ ସରକାରୀ ସହାୟତା ର ହକଦାର ହେଉଥିବା ଘଟଣା ମୌଖିକ ଅଭିଯୋଗ ଜଣାଇଥିଲେ l ଗେରେଡା ଗ୍ରାମ ପଂଚାୟତ ରେ  ଇନ୍ଦ୍ରାବାସ, ଗାଈ ଗୁହାଳ, ରାସନ କାର୍ଡ ପରି ସମସ୍ତ ଯୋଜନା ପ୍ରକୃତ ହିତାଧିକାରୀ ଙ୍କୁ ନ ମିଳି ଜଉମାନେ ଅନୁପଯୋଗୀ ସେମାନଙ୍କୁ ମିଳିଛି ଓ ଏହାର ତଦନ୍ତ କରିବା ବହୁତ ଜରୁରୀ ବୋଲି ସମିତି ସଭ୍ୟ ପ୍ରତିନିଧି ପ୍ରଭାତ ଚନ୍ଦ୍ର ସାହୁ ମତ ବ୍ୟକ୍ତ କରିଛନ୍ତି l ସେହିପରି ମନୋରେଗା ଯୋଜନା ରେ ବହୁତ ଦୁର୍ନୀତି ଉପରେ ଯଥାଶୀଘ୍ର ତଦନ୍ତ କରିବା ଉଚିତ ବୋଲି ନିଜ ମତ ରଖିଥିଲେ l କୃଷ୍ଣ ଚନ୍ଦ୍ର ସେଠି, ପ୍ରଭାତ ନାୟକ, ଜଗନ୍ନାଥ ପାତ୍ର, ଅଶୋକ ଗୌଡ଼, ଶ୍ୟାମ ପ୍ରଧାନ ପ୍ରମୁଖ ଅଭିଯୋଗ ଜଣାଇବା ସମୟରେ ଉପସ୍ଥିତ ଥିଲେ l

Leave A Reply