Odisha news

ଶନିବାର ଦୁଇଟି ମ୍ୟାଚ୍‌: ରୟାଲ ଚାଲେଞ୍ଜର୍ସକୁ ଭେଟିବ ଚେନ୍ନାଇ

0

ଦୁବାଇ,୯ା୧୦(ଏଜେନ୍ସି): ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ୍‌ର ୨୫ତମ ମ୍ୟାଚରେ ଶନିବାର ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବାକୁ ଯାଉଛି । ଚେନ୍ନାଇ ୬ଟି ମ୍ୟାଚ ମଧ୍ୟରୁ କେବଳ ଦୁଇଟି ଜିତିଥିବା ବେଳେ ବାଙ୍ଗାଲୋର ପାଞ୍ଚଟି ମ୍ୟାଚ ମଧ୍ୟରୁ ତିନୋଟି ଜିତିଛି । ଚେନ୍ନାଇ ପୂର୍ବ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇଥିଲା । ଏକ ସମୟରେ ବିଜୟର ନିକଟତର ହୋଇଆସୁଥିବା ଚେନ୍ନାଇ କ୍ରମାଗତ ୱିକେଟ୍‌ ହରାଇ ମ୍ୟାଚ୍‌
ହାରିଥିଲା । ସେନ୍‌ ୱାଟସନ ଏବଂ ଅମ୍ବାତି ରାୟୁଡୁ ଏହି ମ୍ୟାଚରେ ଭଲ ଖେଳିଥିଲେ ମଧ୍ୟ ଉଭୟଆଉଟ୍‌ ହେବା ପରେ ଦଳ ଧୀମା ପଡିଯାଇଥିଲା । ୱାଟସନ୍‌ ଏବଂ ଫାଫ୍‌ ଡୁ ପ୍ଲେସିସ୍‌ ବହୁତ ଭଲ ଫର୍ମରେ ଅଛନ୍ତି ଏବଂ ରାଇଡୁ ମଧ୍ୟ ସହଯୋଗ କରୁଛନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । କି;ୁ ଫାଫ୍‌ ଏବଂ ୱାଟସନଙ୍କୁ ପଛରେ ପକାଇବାରେ କେହି ସଫଳ ହୋଇପାରୁ ନାହାନ୍ତି । ଜିତିବା ପାଇଁ ଦଳ ମିଳିତ ପ୍ରଦର୍ଶନ ଆବଶ୍ୟକ । ବୋଲିଂରେ ଶର୍ଦ୍ଦୁଲ ଠାକୁର, ଦୀପକ ଚହର ଏବଂ ସାମ କୁରଣଙ୍କ ମିଶ୍ରିତ ଜମାଣିଆ ପ୍ରଦର୍ଶନର ଆବଶ୍ୟକତା ରହିଛି ।

Leave A Reply